www.samajalive.in
Saturday, December 6, 2025
23.1 C
Bhubaneswar

ଆଜିଠୁ ସ୍ନାତକ ଆବେଦନ : ୧୦ ଶିକ୍ଷାନୁଷ୍ଠାନରେ ନାମଲେଖା ଉପରେ କଟକଣା

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ୨୦୨୪-୨୫ ଶିକ୍ଷାବର୍ଷ ସ୍ନାତକ (+୩) ନାମଲେଖା ପାଇଁ  ଆଜିଠାରୁ (ସୋମବାର) ଆବେଦନ ଆରମ୍ଭ ହେବ। ଆବେଦନକାରୀ ଷ୍ଟୁଡେଣ୍ଟ ଏକାଡେମୀ ମ୍ୟାନେଜମେଣ୍ଟ ସିଷ୍ଟମ(ସାମ୍ସ) ଜରିଆରେ ଆବେଦନ କରିପାରିବେ। ଗତବର୍ଷ ତୁଳନାରେ ଚଳିତ ବର୍ଷ ୧୦ ଶିକ୍ଷାନୁଷ୍ଠାନରେ ନାମଲେଖା ଉପରେ କଟକଣା ଲଗାଯାଇଥିବାବେଳେ ଆସନ ସଂଖ୍ୟା ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ ୨୦୨୩-୨୪ରେ ୧୦୪୭ ଉଚ୍ଚ ଶିକ୍ଷାନୁଷ୍ଠାନରେ +୩ ପାଇଁ ନାମଲେଖା ଯାଇଥିଲା। ଗତ ଶିକ୍ଷାବର୍ଷରେ ୧ ଲକ୍ଷ ୫୩ ହଜାର ୫୪ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ୧ ଲକ୍ଷ ୨୧ ହଜାର ୯୬୫ ଆସନ ଖାଲି ରହିଥିଲା। ଚଳିତ ବର୍ଷ ଶିକ୍ଷାନୁଷ୍ଠାନ ସଂଖ୍ୟା କମିଛି। ଏଥର ୧୦୩୭ ମହାବିଦ୍ୟାଳୟରେ ନାମ ଲେଖାଯିବ। ନିୟମିତ ପାଠ୍ୟକ୍ରମ ସହ ନିଜସ୍ବ ଦେୟ (ସେଲ୍ଫ ଫାଇନାନ୍ସିଂ) ପାଠ୍ୟକ୍ରମ ମଧ୍ୟ ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇଛି। ୨୦୨୪-୨୫ ଶିକ୍ଷାବର୍ଷରେ ମୋଟ ୧୦୩୭ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ନାମଲେଖାଯିବ। କଳା, ବାଣିଜ୍ୟ, ବିଜ୍ଞାନ, ନିଜସ୍ବ ଦେୟ ପାଠ୍ୟକ୍ରମ ସହ ସଂସ୍କୃତ ପାଠ୍ୟକ୍ରମ ପାଇଁ ମୋଟ ୨ ଲକ୍ଷ ୭୨ ହଜାର ୭୦୩ ଆସନ ଚୂଡ଼ାନ୍ତ ହୋଇଛି। କଳା ପାଠ୍ୟକ୍ରମରେ ସର୍ବାଧିକ ୧ ଲକ୍ଷ ୫୩ ହଜାର ୧ ଶହ ଆସନ ରହିଛି। ଆଜି ଅପରାହ୍ଣ ୪ଟାରୁ www.samsodisha.gov.in ଲଗଇନ୍‌ କରି ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଜୁନ୍‌ ୧୭ ଆବେଦନର ଶେଷ ଅବଧି ରହିଛି। ୧୮ ଓ ୧୯ ଦୁଇ ଦିନ ଧରି ଆବେଦନକାରୀ ଆବେଦନପତ୍ରରେ ତ୍ରୁଟି ଥିଲେ ଅନ୍‌ଲାଇନ୍‌(ଆଭାସି) ଜରିଆରେ ସଂଶୋଧନ କରିପାରିବେ। ଜୁନ୍‌ ୨୫ ତାରିଖରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ବର୍ଷ ଡିଗ୍ରୀ ନାମଲେଖା ପ୍ରକ୍ରିୟାରେ ସ୍ନାତକ ଆବେଦନ ସମୟରେ ସାମ୍ସ ଜରିଆରେ ଛାତ୍ରଛାତ୍ରୀ ୪ ବର୍ଷିଆ ବିଏଡ୍‌ ପାଠ୍ୟକ୍ରମ ସହ ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌(ବିଏ ଓ ବିଏସ୍‌ସି) ପାଠ୍ୟକ୍ରମ ମଧ୍ୟ ସ୍ନାତକ ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇଛି। ଏହାବ୍ୟତୀତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ପିପିପି ମୋଡରେ ଥିବା ପାଠ୍ୟକ୍ରମ ଛଡ଼ା ଅନ୍ୟ ସମସ୍ତ ପାଠ୍ୟକ୍ରମ ସାମ୍ସ ପ୍ରକ୍ରିୟା‌ରେ ସାମିଲ କରାଯାଇଛି। ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ବିଏ ଏଲଏଲବି(୫ ବର୍ଷିଆ) ପାଠ୍ୟକ୍ରମ ପାଇଁ ସାମ୍ସ ପୋର୍ଟାଲରେ ଆବେଦନ କରିବାକୁ ପଡ଼ିବ। ପ୍ରଥମ ପର୍ଯ୍ୟାୟର ନାମଲେଖା ପ୍ରକ୍ରିୟା ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories