www.samajalive.in
Sunday, December 14, 2025
16.1 C
Bhubaneswar

ବନ୍ଦ ଯୋଗୁଁ ଘୁଞ୍ଚିଲା +୩ ନାମଲେଖା

ଭୁବନେଶ୍ୱର : ଭାରତ ବନ୍ଦ ପରିପ୍ରେକ୍ଷୀରେ +୩ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ସେପ୍ଟେମ୍ବର ୨୪ ରୁ ୨୮ ପର୍ଯ୍ୟନ୍ତ ସ୍ନାତକ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ତାରିଖ ଘୋଷଣା କରାଯାଇଥିଲା। ତେବେ ଆସନ୍ତାକାଲି ଭାରତ ବନ୍ଦ ଥିବାରୁ ସେମାନେ କିପରି ନାମଲେଖାଇବେ ସେ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ଥିଲେ । ଆଜି ‘ସମାଜ’ରେ ‘ଭାରତ ବନ୍ଦ ଡାକରାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ସରକାରଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ଛାତ୍ରଛାତ୍ରୀ ସେମାନଙ୍କୁ ମିଳିଥିବା ମହାବିଦ୍ୟାଳୟରେ ଆସନ୍ତା ୩୦ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନାମଲେଖାଇ ପାରିବେ। ଏହାସହିତ ସେହିଦିନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମହାବିଦ୍ୟାଳୟର ଇ-ସ୍ପେଶରେ ସେମାନଙ୍କ ସମ୍ବନ୍ଧିତ ତଥ୍ୟ ଅପଡେଟ ବା ତ୍ରୁଟି ସଂଶୋଧନ କରିପାରିବେ। ଏହାକୁ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଟ୍ବିଟ୍‌ କରି ସୂଚନା ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ଟ୍ବିଟ୍‌ କରିଛି ଯେ, “ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଦ୍ବିତୀୟ ପର୍ଯ୍ୟାୟ ନାମଲେଖାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଦ୍ବିତୀୟ ମନୋନୟନରେ ଯେଉଁ ଛାତ୍ରଛାତ୍ରୀମାନେ ବଛା ହୋଇଛନ୍ତି ସେମାନେ ସେପ୍ଟେମ୍ବର ୩୦ ତାରିଖ ଯୋଗ୍ୟ ବିବେଚିତ ହୋଇଥିବା ମହାବିଦ୍ୟାଳୟରେ ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ କରିପାରିବେ। ଏହାସହିତ ବାତ୍ୟା ‘ଗୁଲାବ’ ଯୋଗୁଁ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲାକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ପ୍ରଭୃତି ୧୧ଟି ଜିଲାରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସବୁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଆସନ୍ତାକାଲି ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories