www.samajalive.in
Sunday, December 14, 2025
16.1 C
Bhubaneswar

ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବି ସହ ଚାଷୀ ଓ ଶ୍ରମିକ ବିରୋଧୀ ନୀତି ବିରୋଧରେ ଆସନ୍ତାକାଲି ସଂଯୁକ୍ତ କୃଷକ ସଂଘ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟର କଂଗ୍ରେସ ସମେତ ୭ ବାମପନ୍ଥୀ ଦଳ ପକ୍ଷରୁ ୧୭ଦଫା ଦାବି ନେଇ ଆସନ୍ତାକାଲି ଓଡ଼ିଶା ବନ୍ଦ ପାଳନ କରାଯିବ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ପ୍ରତିବାଦରେ ସକାଳ ୬ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ୧୦ ଘଣ୍ଟା କାଳ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ବ୍ୟାଙ୍କ ଓ ବିଭିନ୍ନ ପ୍ରତିଷ୍ଠାନ ବନ୍ଦ ରଖିବାକୁ ସଂଘ ପକ୍ଷରୁ ଆହ୍ବାନ ଦିଆଯାଇଛି। ତେବେ ସଂଯୁକ୍ତ କୃଷକ ମୋର୍ଚ୍ଚାର ନ୍ୟାଯ୍ୟ ଦାବିକୁ ସମର୍ଥନ ଜଣାଇ ପୂର୍ବରୁ ନବନିର୍ମାଣ କୃଷକ ସଙ୍ଗଠନ, ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ, ନିଖିଳ ଓଡ଼ିଶା ପେଟ୍ରୋଲ, ଡିଜେଲ ପମ୍ପ ସଂଘ, କ୍ଷେତ ମଜଦୂର ସଂଘ, ଏନସିପି, ସିପିଆଇ, ସିପିଏମ, ସିପିଏମଏଲ ଓ ସମାଜବାଦୀ ପାର୍ଟି ସମର୍ଥନ ଜଣାଇଥିବାବେଳେ ଗତକାଲି କଂଗ୍ରେସ ଏହାକୁ ନୈତିକ ସମର୍ଥନ ଜଣାଇଛି।
ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନୀତିର କଠୋର ସମାଲୋଚନା କରିଛନ୍ତି। ଗତ ୭୦ ବର୍ଷରେ ଏ ଦେଶର ଥିବା ସରକାରୀ ସମ୍ପତ୍ତି ଓ ସଂସ୍ଥାନ ଗୁଡିକୁ ଗତ ୭ବର୍ଷ ହେଲା ଘରୋଇ ବ୍ୟବସାୟୀଙ୍କ ହାତରେ କେନ୍ଦ୍ର ସରକାର ଶାଗମାଛ ମୂଲ୍ୟରେ ବିକ୍ରିକରି ଚାଲିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ମୋଦୀ ସରକାରଙ୍କ ସଖି କଣ୍ଢେଇ ସାଜି କେନ୍ଦ୍ରର ସମସ୍ତ ଜନବିରୋଧୀ ନୀତିକୁ ସମର୍ଥନ ଦେଇ ଆସୁଛନ୍ତି। କଳାକୃଷି ଆଇନ ବିରୋଧରେ ଦେଶତମାମ ଚାଲିଥିବା କୃଷକ ଆନ୍ଦୋଳନ ପ୍ରତି ମୋଦୀ ସରକାରଙ୍କ ଆଭିମୁଖ୍ୟକୁ ନିନ୍ଦା କରିବା ସହ ଆସନ୍ତାକାଲି ଭାରତ ବନ୍ଦକୁ ରାଜ୍ୟବାସୀ ସମର୍ଥନ କରିବାକୁ ସେ ନିବେଦନ କରିଥିଲେ।
ସେହିପରି ସିପିଆଇଏମର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସମାଜବାଦୀ ପାର୍ଟି ସଭାପତି ରବି ବେହେରା, ସିପିଆଇ ଏମଏଲ (ରେଡଫ୍ଲାଗ)ର ନେତ୍ରୀ ପ୍ରମିଳା ବେହେରା,ଏନସିପି ରାଜ୍ୟ ସାଧାରଣ ସମ୍ପାଦକ ବିକ୍ରମ ସ୍ୱାଇଁ,ସିପିଏମ ନେତା ଜନାର୍ଦନ ପତି, ସୁରେଶ ପାଣିଗ୍ରାହୀ, ସିପିଆଇ ନେତା ରାମକୃଷ୍ଣ ପଣ୍ଡା, ଅଭୟ ସାହୁ, ସିପିଆଇ ଏମଏଲ ନେତ୍ରୀ ହେନା ବାରିକ ପ୍ରମୁଖ ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ବନ୍ଦ ପାଳନ ବେଳେ ସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ଭଳି ବିଭିନ୍ନ ଜରୁରୀ ସେବାରେ ନିୟୋଜିତ ଯାନବାହନ ଚଳାଚଳ କରିପାରିବ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ।
ଅନ୍ୟପକ୍ଷରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ କରିବା ନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। ଯେହେତୁ କଂଗ୍ରେସ ଓ ବାମପନ୍ଥୀ ଦଳଗୁଡିକ ବନ୍ଦ ଡାକରା ଦେଇଛନ୍ତି ତାକୁ ନେଇ ଶିକ୍ଷାନୁଷ୍ଠାନ ଖୋଲିବା ପ୍ରଭାବିତ ହୋଇପାରେ। ଭୁବନେଶ୍ବର ବସ ସଂଘ ସାଧାରଣ ସମ୍ପାଦକ ବରଦା ଆଚାର୍ଯ୍ୟ କହିଛନ୍ତି ଯେ, ଆସନ୍ତାକାଲି ଘରୋଇ ବସ୍ ଚଳାଚଳ କରିବାର ଅସୁବିଧା ନାହିଁ। ହେଲେ ବିଭିନ୍ନ ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି ଏବଂ ଲୋକେ ମଧ୍ୟ ଜାଣିଶୁଣି ଆସିବେ ନାହିଁ। ତେଣୁ ବିନା ଲୋକରେ ବସ୍ ଚଳାଚଳ ସମ୍ଭବ ନୁହେଁ।
ଅନ୍ୟପକ୍ଷରେ ବନ୍ଦକୁ ଆଖି ଆଗରେ ରଖି ରାଜ୍ୟ ଗୃହ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବାହ୍ନ ୧୦ଟା ୧୫ ମିନିଟ ପୂର୍ବରୁ ସମସ୍ତ କର୍ମଚାରୀ ଲୋକସେବା ଭବନକୁ ଆସିବାକୁ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ନିର୍ଦେଶ ଦେଇଛନ୍ତି। ଏହାସହିତ ଆଇନ ଶୃଙ୍ଖଳା ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ପୁଲିସ ମହାନିର୍ଦେଶକ, ପୁଲିସ ‌େ‌ଦ୍ବୖତନଗରୀ ଆୟୁକ୍ତ ଓ ସମସ୍ତ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories