ଟିଟାନସ ଟିକା ନେଇ ୨ଛାତ୍ର ଗୁରୁତର

0

କେନ୍ଦୁଝର: ଜିଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଟିଟାନସ ଡିପଥେରିଆ ନାମକ ପ୍ରତିଷେଧକ ଇଞ୍ଜେକ୍ସନ ଦିଆଯାଉଛି। ମାତ୍ର ଏହି ଟୀକା ଦେବା ପାଇଁ ଯେଉଁଭଳି ବ୍ୟବସ୍ଥା କରିବା କଥା ତାହା କରାଯାଉ ନଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଇଁ ବିପଦ ବଢୁଥିବା ଅଭିଯୋଗ ହେଉଛି। ଘଟଗାଁ ବ୍ଲକ ମେଲଣ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ଶୁକ୍ରବାର ଦିନ ଟିଟାନସ୍‍ ଡିପଥେରିଆ ଇଞ୍ଜେକ୍ସନ ଦିଆଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ସାଧୁ ମୁଣ୍ଡା ଏବଂ ସିଙ୍ଗରମ ମୁଣ୍ଡା ନାମକ ଦୁଇଜଣ ଛାତ୍ର ଟୀକା ନେବା ଶନିବାର ହଠାତ୍‍ ଅସୁସ୍ଥ ହୋଇପଡିବା ସହ ସେମାନଙ୍କୁ ଜ୍ୱର ଆସିଥିଲା। ସେମାନଙ୍କୁ ଚିକିତ୍ସା ନିମନ୍ତେ ଘଟଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମେଲଣ ହାଇସ୍କୁଲର ଅନ୍ୟ ୨ଜଣ ଛାତ୍ର ଟିକା ନେବା ପରେ ସନାତନ ମୁଣ୍ଡା ଏବଂ ସୁଦର୍ଶନ ମୁଣ୍ଡା ମଧ୍ୟ ଅସୁସ୍ଥ ହୋଇ ପଡିଥିଲେ ହେଁ ସାମାନ୍ୟ ଚିକିତ୍ସା ପରେ ଘରକୁ ଯାଇଥିବା ଜଣାପଡିଛି। ଘଟଣା ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଆତଙ୍କ ଖେଳିଯାଇଥିବାବେଳେ ଟୀକା ନେବାକୁ ଛାତ୍ରଛାତ୍ରୀମାନେ ଭୟ କରୁଥିବା ଜଣାପଡିଛି। କେନ୍ଦୁଝର ଜିଲାର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ୧୦ରୁ ୧୪ବର୍ଷର ଛାତ୍ରଛାତ୍ରୀଙ୍କୁ ଏହି ଟୀକା ଦେବାର ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ୩୦ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ଟୀକା ଦିଆ ସରିଛି ଏବଂ ୫୦ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ଟୀକା ଦେବାର ଲକ୍ଷ୍ୟଧାର୍ଯ୍ୟ ରହିଛି। ଏସଂପର୍କରେ ଏଡିଏମ୍‍ଓ ଡାକ୍ତର ସୁଧାଂଶୁ ଶେଖର ବଳଙ୍କୁ ପଚାରିବାରୁ ଘଟଗାଁ ମେଲଣ ଉଚ୍ଚ ବିଦ୍ୟାଳୟର ସଂପୃକ୍ତ ଦୁଇ ଛାତ୍ରଙ୍କୁ ଭାଇରାଲ ଜ୍ୱର ହୋଇଥିଲା। ସେମାନଙ୍କ ଅବସ୍ଥା ବର୍ତ୍ତମାନ ଭଲ ଥିବା ପ୍ରକାଶ କରିଛନ୍ତି।

Leave A Reply