www.samajalive.in
Sunday, December 7, 2025
14.1 C
Bhubaneswar

ଶ୍ରୀଗୁଣ୍ଡିଚାରେ ଦ୍ୱିତୀୟ କୋଣାର୍କର ଭୂମିପୂଜନ

ଭୁବନେଶ୍ୱର : ପୁରୀ-ଭୁବନେଶ୍ୱର ରାସ୍ତା ସାକ୍ଷିଗୋପାଳଠାରେ ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ ପାଇଁ ଶନିବାର ଭୂମିପୂଜନ ସମ୍ପନ୍ନ ହୋଇଛି। ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ତାଙ୍କର ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ୧୦୦ ଏକରରେ ଏହି ମନ୍ଦିର ତୋଳାଯିବ। ଆଦିତ୍ୟ ନାରାୟଣ ଚାରିଟେବୁଲ ଟ୍ରଷ୍ଟ ନାମରେ ଆଦିତ୍ୟ ନାରାୟଣ ମନ୍ଦିର ତୋଳିବାର ସ୍ୱପ୍ନ ସାକାର କରିବାକୁ ଯାଉଛନ୍ତି ଶ୍ରୀ ମହାପାତ୍ର। ବର୍ଷା ପରେ ମନ୍ଦିର ତୋଳା କାର୍ଯ୍ୟ ଆରମ୍ଭ ହେବ। ମନ୍ଦିର ତୋଳିବା ପାଇଁ ୬୦୦ କାରିଗର ନିୟୋଜିତ ହେବେ। ଏହି ମନ୍ଦିର ବେଢ଼ାରେ କୋଣାର୍କ ଶୈଳୀରେ ଦ୍ୱିତୀୟ କୋଣାର୍କ ମନ୍ଦିର ଗଢ଼ାଯିବା ସହିତ ଓଡ଼ିଶାର ପ୍ରସିଦ୍ଧ ରାଜାରାଣୀ ମନ୍ଦିର, କୋଣାର୍କର ଛାୟାମନ୍ଦିର ଶୈଳୀରେ ଅମ୍ବିକା ମନ୍ଦିର, ପୁରୁଣାଭୁବନେଶ୍ୱରର ତିନି ମୁଣ୍ଡିଆ ଛକରେ ଥିବା ବୈତାଳ ମନ୍ଦିର ଓ ବ୍ରହ୍ମେଶ୍ୱର ଛକରେ ଥିବା ବ୍ରହ୍ମେଶ୍ୱର ମନ୍ଦିର ଆଦି ନିର୍ମାଣ ଯୋଜନା ରଖିଛନ୍ତି। ଏହି ମନ୍ଦିର କାର୍ଯ୍ୟ କେବେ ସରିବ ସେ ନେଇ ଶ୍ରୀ ମହାପାତ୍ର ସ୍ପଷ୍ଟ କରିନାହାନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories