www.samajalive.in
Tuesday, December 9, 2025
26.1 C
Bhubaneswar

ଯୁକ୍ତ ଦୁଇ କଳାରେ ଦଶ ଜଣଙ୍କ ଭିତରେ ଲୋଇସିଂହା ମହାବିଦ୍ୟାଳୟ ଛାତ୍ର

ବଲାଙ୍ଗୀର/ଲୋଇସିଂହା : ଯୁକ୍ତ ୨ କଳା ଓ ବାଣିଜ୍ୟ ଫଳାଫଳ ଶନିବାର ପ୍ରକାଶ ପାଇଛି। ଯୁକ୍ତ ଦୁଇ କଳା ପରୀକ୍ଷାରେ ବଲାଙ୍ଗୀର ଜିଲା ଲୋଇସିଂହା ମହାବିଦ୍ୟାଳୟର ଛାତ୍ର ବୁଲୁ ନାୟକ ରାଜ୍ୟସ୍ତରରେ ୮ନଂ ର୍ୟାଙ୍କରେ ରହିଥିବା ଜଣାପଡିଛି। ଲୋଇସିଂହା ମହାବିଦ୍ୟାଳୟର ଏହି ସଫଳତା ପାଇଁ ଛାତ୍ରଛାତ୍ରୀ ଓ କଲେଜ କର୍ମଚାରୀ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଭରତବାହାଲ ଗାଁର ଜଗନ୍ନାଥ ନାୟକଙ୍କ ପୁଅ ହେଉଛନ୍ତି ବୁଲୁ ନାୟକ। ଜଣେ ଚାଷୀ ପରିବାରରୁ ଆସିଥିବା ବୁଲୁ ୨୦୧୭ ଶିକ୍ଷାବର୍ଷରେ ସେ ଲୋଇସିଂହା ମହାବିଦ୍ୟାଳୟରେ ନାମ ଲେଖାଇଥଇଲେ। ସେ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ଯୁକ୍ତ ଦୁଇ କଳା ପରୀକ୍ଷାରେ ୫୨୮ ନମ୍ବର ରଖି ରାଜ୍ୟରେ ୮ନଂ ର୍ୟାଙ୍କ ରଖିଥିବା ଜଣାପଡିଛି। ଏହି ସଫଳତା ପାଇଁ ବୁଲୁ ନିଜ ପରିବାର ସହିତ ପ୍ରାଥମିକ ସ୍ତରରୁ ଉଚ୍ଚଶିକ୍ଷା ସ୍ତର ପର୍ଯ୍ୟନ୍ତ ତାଙ୍କୁ ସହଯୋଗ କରିଥିବା ସମସ୍ତ ଶିକ୍ଷକଙ୍କୁ କୃତଜ୍ଞତା ଜଣାଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଖୁସି ପ୍ରକାଶ କରିଛନ୍ତି। ତେବେ ଚଳିତ ଯୁକ୍ତ ଦୁଇ କଳା ପରୀକ୍ଷାରେ ପ୍ରାୟ ୮୫ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ବୁଲୁଙ୍କ ଏହି ସଫଳତା ଲୋଇସିଂହା ମହାବିଦ୍ୟାଳୟ ପାଇଁ ଏକ ଗୈାରବର ବିଷୟ ବୋଲି କଲେଜ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି।

Hot this week

ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ଦ୍ୱିତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories