www.samajalive.in
Monday, December 15, 2025
16.1 C
Bhubaneswar

ବ୍ରାଉନସୁଗାର ଚାଲାଣ ଅଭିଯୋଗରେ ୨ ଗିରଫ  

ସମ୍ବଲପୁର : ସମ୍ବଲପୁରର ଧନକଉଡା ନିବାସୀ ବିନୋଦ ବାଦୀ (୨୮) ଓ ସିଟି ଷ୍ଟେସନ ନିବାସୀ ବିନୋଦ ଟପ୍ନୋ (୩୨) ନାମକ ୨
ଜଣଙ୍କୁ ବେଆଇନ ଭାବରେ ବ୍ରାଉନସୁଗାର ଚାଲାଣ ଅଭିଯୋଗରେ ଧନୁପାଲି ପୁଲିସ ଗିରଫ କରିଛି । ବ୍ରାଉନସୁଗାର ଚାଲାଣର
ଖବର ପାଇ କୁମ୍ଭାରପଡା ଅଞ୍ଚଳରେ ପୁଲିସ ଚଢ଼ଉ କରିଥିଲା ।

ଚଢ଼ଉ ସମୟରେ ଉଭୟ ଯୁବକ ମାନେ ବେଆଇନ ଭାବରେ
ବ୍ରାଉନସୁଗାର ଚାଲାଣ କରିବା ସହିତ ବିକ୍ରି କରିବାର ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ମାଡି ବସିଥିଲା । ଯାଞ୍ଚ ସମୟରେ
ପୁଲିସ ଉଭୟ ଯୁବକଙ୍କ ନିକଟରୁ ୧୪.୫୧ ଗ୍ରାମର ବ୍ରାଉନସୁଗାର, ୨ଟି ମୋବାଇଲ, ନଗଦ ୧୭୫୦ ଟଙ୍କା ଓ ଗୋଟିଏ ଦାମୀକିଆ
ଫଟୋ କ୍ୟାମେରା ଜବତ କରିଥିଲା । ଏଣୁ ଏକ ମାମଲା ଧନୁପାଲି ଥାନାରେ ରୁଜୁ କରି ପୁଲିସ ଉଭୟଙ୍କୁ ଗିରଫ କରି ଅଦାଲତକୁ
ଚାଲାଣ କରିଛି ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories