www.samajalive.in
Monday, November 17, 2025
17.1 C
Bhubaneswar

ପକ୍ଷାଘାତ ଗଣେଶଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇଦେଲେ ପୁରାତନ ବନ୍ଧୁ

ଗୁଣପୁର: ଦରିଦ୍ରତା କଷାଘାତରେ ଆଉଟୁପାଉଟୁ ହେଉଥିବା ଜଣେ ବ୍ୟକ୍ତିଙ୍କୁ ଦାଉ ସାଧିଛି ଦଇବ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୁଣପୁର ସହରର ପାଲିଆ ଢେପସାହିର ଗଣେଶ ମାଳି (୪୫)ଙ୍କ କ୍ଷେତ୍ରରେ।

ଗଣେଶ ଗତ ଏକବର୍ଷ ତଳେ ପକ୍ଷାଘାତର ଶିକାର ହୋଇଥିଲେ । ପରିବାର ଲୋକ ଆର୍ଥିକ ଅନଟନ ଯୋଗୁ ଠିକ ଚିକିତ୍ସା ଯୋଗାଇ ପାରି ନ ଥିଲେ । ସେ ନିଜେ ଜଣେ ମାତ୍ର ରୋଜଗାରିଆ ପୁଅ ଥିଲେ । ବିବାହର ୫ ବର୍ଷ ପରେ ଏଭଳି ପକ୍ଷାଘାତ ହେବାପରେ  ନିଜ ସ୍ତ୍ରୀ ଛୁଆକୁ ରୋଗୀଣା ବାପାଙ୍କ ପାଖରେ ଛାଡି ଚାଲିଯାଇଛି । ଗଣେଶଙ୍କ ମା’ ବୟସାଧିକ କାରଣରୁ ରୋଗରେ ପଡି ଶଯ୍ୟାଶାୟୀ ଥିବାବେଳେ ଘରେ ଥିବା ଦୁଇଜଣ ଅବିବାହିତ ଭଉଣୀ ଘରୋଇ ଟିଉସନ କରି ବହୁ କଷ୍ଟରେ ଦିନ କାଟୁଛନ୍ତି । ବାପା ପୁଲିସ ସିପାହୀ ଭାବେ କାର୍ଯ୍ୟ କରି ଅବସର ନେବାପରେ ମୃତ୍ୟୁବରଣ କରିଥିବାରୁ ପେନସନଭୋଗୀ ଦର୍ଶାଇ ଆୟୁଷ୍ମାନ କାର୍ଡ ଖଣ୍ଡିକ ମଧ୍ୟ ପରିବାର ପାଖରେ ନାହିଁ ।

- Advertisement -

ପାଖରେ ଯାହା କିଛି ଟଙ୍କା, ସୁନା ଥିଲା ସବୁତକ ଚିକିତ୍ସାରେ ଖର୍ଚ୍ଚ ହୋଇସାରିଛି। ଏଭଳି ସ୍ଥଳେ ସହାୟତାର ହାତ ବଢ଼ାଇଛନ୍ତି ଗଣେଶଙ୍କ ପୁରାତନ ବନ୍ଧୁ। ୧୯୯୬ ବ୍ୟାଚର ନିଜ ପୁରାତନ ବନ୍ଧୁମାନେ ୩୦ହଜାର ଟଙ୍କା ଆଦାୟ କରି ଚିକିତ୍ସା ନିମନ୍ତେ ଗଣେଶଙ୍କୁ ପ୍ରଦାନ କରିଛନ୍ତି। ଉକ୍ତ ଟଙ୍କା ପୁରାତନ ଛାତ୍ର ଗୋଷ୍ଠୀର ସଭାପତି ବଳରାମ ପଣ୍ଡା, କୋଷାଧ୍ୟକ୍ଷ ରାଧାମୋହନ ମହାନ୍ତି ଗଣେଶଙ୍କୁ ଭେଟି ପ୍ରଦାନ କରିଛନ୍ତି। ସରକାର ଓ ପ୍ରଶାସନ ତୁରନ୍ତ ଏହି ପରିବାରକୁ ମାଗଣା ଚିକିତ୍ସା ସେବା ଯୋଗାଇଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

Hot this week

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

ରୋହିଣୀଙ୍କୁ ଚପଲ ଫିଙ୍ଗିଲେ ତେଜସ୍ବୀ

ପାଟନା: ବିହାର ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର...

ଆଗକୁ ରାଜ୍ୟସଭା ନିର୍ବାଚନ: ମୋହନଙ୍କ ପାଇଁ ଆହ୍ବାନ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରଙ୍କ ୧୭ ମାସର ଶାସନ ପରେ ବିଜେପି...

ବାଂଲାଦେଶରେ ହାଇଆଲର୍ଟ: ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଉତ୍ତେଜନା ଯୋଗୁଁ ହାଇଆଲର୍ଟ ଜାରି କରାଯାଇଛି...

Related Articles

Popular Categories