୭ ଶିଶୁ ଓ ୧୦ ମହିଳାଙ୍କ ସମେତ ୨୭ ଦାଦନ ଶ୍ରମିକ ଉଦ୍ଧାର; ୨ ସର୍ଦ୍ଦାର ଗିରଫ

ପାଟଣାଗଡ଼: ପାଟଣାଗଡ଼ ପୁଲିସ ଶନିବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ୨୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି। ଉଦ୍ଧାର ହୋଇଥିବା ଶ୍ରମିକମାନେ ବଲାଙ୍ଗିର, ସୋନପୁର ଏବଂ ବରଗଡ଼ ଜିଲ୍ଲାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୭ ଶିଶୁ, ୧୦ ମହିଳା ଏବଂ ୧୦ ପୁରୁଷ ରହିଥିବା ଜଣାଯାଇଛି। ଏ ସଂକ୍ରାନ୍ତରେ ପୁଲିସ ୨ ଜଣ ଦାଦନ ସର୍ଦ୍ଦାର ମୋହନ ମେହେର ଏବଂ ଥବିର ରାଜହଂସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

prayash

ପ୍ରକାଶ ଯେ, ବ୍ଲକ ଅନ୍ତର୍ଗତ ବଗଲାବନ୍ଧ ଗ୍ରାମର ଦାଦନ ସର୍ଦ୍ଦାର ମୋହନ ମେହେର କିଛି ଶ୍ରମିକଙ୍କୁ ବେଆଇନ ଭାବରେ ବାହାର ରାଜ୍ୟକୁ ଚାଲାଣ କରିବା ନିମନ୍ତେ ଅଟକ ରଖିଥିବା ଖବର ପାଇ ପୁଲିସ ଚଢଉ କରିଥିଲା। ସେଠାରୁ ଲୋଇସିଂହା ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମର ୧ ଜଣ, ରଫାଖାଲର ୧ ଜଣ, ବିଜେପୁର ଥାନା ଦେହେରିପାଲି ଗ୍ରାମର ୧୧ ଜଣ, ପି.ଗଣ୍ଡପାଲିର ୨ ଜଣ, ଡୁଙ୍ଗୁରିପାଲି ଥାନା ଇନ୍ଦିରାନଗର, ଦିଗଶିରାର ୮ ଜଣ, ଛୋକରମାଲର ୧ ଜଣ ଏବଂ ସୋହେଲା ଥାନା ବୁଦାମାଲ୨ ୩ ଜଣଙ୍କୁ ମିଶାଇ ମୋଟ ୨୭ ଜଣଙ୍କୁ ପୁଲିସ ଉଦ୍ଧାର କରିଥିଲା। ଜଣାଶୁଣା ଦାଦନ ସର୍ଦ୍ଦାର ମୋହନ ମେହେର ବିଜେପୁର ଥାନା ଅନ୍ତର୍ଗତ ଦେହେରିପାଲି ଗ୍ରାମର ଥବୀର ରାଜହଂସଙ୍କ ମାଧ୍ୟମରେ ଏହି ଶ୍ରମିକମାନଙ୍କୁ ଆଣି ହାଇଦ୍ରାବାଦ ଚାଲାଣ ନିମନ୍ତେ ପ୍ରସ୍ତୁତି ଚଳାଇଥିବା ପୁଲିସ କହିଛି। ଉକ୍ତ ଶ୍ରମିକମାନଙ୍କୁ ବଗଲାବନ୍ଧ ପହଞ୍ଚିବା ପରେ ୧୦ ହଜାର ଟଙ୍କା ଲେଖାଏଁ ଅଗ୍ରୀମ ଦିଆଯିବା ସହ ହାଇଦ୍ରାବାଦ ପହଞ୍ଚିଲେ ମୋଟା ଅଙ୍କର ଅଗ୍ରୀମ ଦିଆଯିବ ବୋଲି ପ୍ରତିଶୃତି ଦେଇ ଥବୀର ଆଣିଥିବା ଶ୍ରମିକମାନେ ପ୍ରକାଶ କରିଛନ୍ତି। ଦାଦନ ସର୍ଦ୍ଦାର ମୋହନ ମେହେର ଏବଂ ଥବୀର ରାଜହଂସଙ୍କୁ ପୁଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

kalyan agarbati

Comments are closed.