www.samajalive.in
Saturday, December 6, 2025
15.1 C
Bhubaneswar

୬ ମାସରେ ୨୩୫ ଡେଙ୍ଗୁ ରୋଗୀ ଚିହ୍ନଟ; ଆଗକୁ ବର୍ଷା, ସ୍ଵାସ୍ଥ୍ୟ ବିଭାଗ ନଜରରେ ୫ଜିଲ୍ଲା

ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ପ୍ରବେଶ କଲାଣି; ଯଦିଓ ଏହା ସାରା ରାଜ୍ୟକୁ ଛୁଇନାହିଁ; ତଥାପି ପୂର୍ବର କାଳବୈଶାଖୀ ବର୍ଷା ଯୋଗୁଁ ଏବେ ରାଜ୍ୟରେ ଡେଙ୍ଗୁ ମୁଣ୍ଡ ଟେକିଲାଣି। ଇତିମଧ୍ୟରେ ୨୩୫ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିକାଲି ସବୁ ଋତୁରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାବେଳେ ଜୁନରୁ ସେପ୍ଟେମ୍ବର ଅଧିକ ଗୁରୁତ୍ବପୂର୍ଣ୍ଣ; କାରଣ ଏହି ସମୟରେ ଅଧିକ ସଂଖ୍ୟାରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥାନ୍ତି। ଏବେ ସୀମାବର୍ତ୍ତୀ ଅଞ୍ଚଳ ସହିତ ଉପକୂଳ ଅଞ୍ଚଳରେ ମଧ୍ୟ ଅଧିକ ସଂଖ୍ୟାରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଡେଙ୍ଗୁ ପରୀକ୍ଷଣ ଓ ଚିହ୍ନଟଙ୍କ ସଂଖ୍ୟା ବଢ଼ିଥିବାରୁ ଏହାର ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇ ସବୁ ଜିଲାକୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ୨୦୨୪ ଜାନୁଆରୀ ପହିଲାରୁ ରବିବାର ପର୍ଯ୍ୟନ୍ତ ମୋଟ ୨୭,୫୪୮ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିବାବେଳେ ସେଥିମଧ୍ୟରୁ ୨୩୫ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୫ ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ ୧୯, ସୁନ୍ଦରଗଡରୁ ୨୦, ମାଲକାନଗିରିରୁ ୧୭, ପୁରୀରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗତବର୍ଷ ଏହି ସମୟ ମଧ୍ୟରେ ୯୫୮୩ ନମୁନାରୁ ୧୦୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଏଥିରେ ଖୋର୍ଦ୍ଧାରୁ ୩୯, କଟକ ୯ ପୁରୀ ୫ ଓ ମାଲକାନଗିରିରୁ କୌଣସି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନଥିଲେ। ପୁରୀ, ଖୋର୍ଦ୍ଧା, ବାଲେଶ୍ବର, କଟକ ଓ ଜଗତସିଂହପୁର ଜିଲାରେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏସବୁ ଜିଲାକୁ ନଜରରେ ରଖାଯାଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ନଜରରେ ଏହି ୫ ଜିଲା ରହିଛି। ୨୦୨୩ରେ ସର୍ବାଧିକ ୧,୬୩,୮୭୪ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ କରାଯାଇଥିବାବେଳେ ସେଥିମଧ୍ୟରୁ ୧୨,୮୪୫ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ଏହାଛଡା ଜଣଙ୍କର ଡେଙ୍ଗୁ ଜନିତ ମୃତ୍ୟୁ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି, ଡେଙ୍ଗୁ ମୁକାବିଲା ନିମନ୍ତେ ସତର୍କତା ଜାରି କରାଯାଇଛି। ସଚେତନତା ସହ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ ସବୁ ସିଡିଏମଓଙ୍କୁ କୁହାଯାଇଛି। ସବୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡ କରିବାକୁ ନିର୍ଦେଶ ଦିଆଯାଇଛି। ଆମକୁ ମଶା କବଳରୁ କିଭଳି ରକ୍ଷା ପାଇହେବ ସେ ଦିଗରେ ମଧ୍ୟ ସଚେତନ କରାଯାଇଛି। ଔଷଧ ସହିତ ପ୍ଲେଟଲେଟ ଉପଲବ୍ଧ ରହିଛି। ଚଳିତ ବର୍ଷ ଏ ଯାଏଁ କୌଣସି ଡେଙ୍ଗୁ ମୃତ୍ୟୁ ହୋଇନି। ସହରରେ ଡେଙ୍ଗୁ ଅଧିକ ହେଉଥିବାରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories