ନୂଆଦିଲ୍ଲୀ: ଭାରତୀୟ ସେନାର ନୂଆ ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ଜୁନ୍ ୩୦ରେ ଜେନେରାଲ ମନୋଜ ପାଣ୍ଡେଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ ଉପେନ୍ଦ୍ର ଦ୍ୱିବେଦୀ। ପରମ ବିଶିଷ୍ଠ ସେବା ପଦକ ଏବଂ ଅତି ବିଶେଷ ସେବା ପଦକରେ ସମ୍ମାନିତ ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ ବର୍ତ୍ତମାନ ସେନାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ଜେନେରାଲ ମନୋଜ ପାଣ୍ଡେ ଅବସର ନେବା ପରେ ଜୁନ ୩୦ ଅପରାହ୍ନରେ ସେ ତାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ୧୯୬୪ମସିହା ଜୁଲାଇ ୧ରେ ଜନ୍ମଗ୍ରହଣ କରିଥିଲେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ୧୯୮୪ମସିହା ଡିସେମ୍ବର ୧୫ ତାରିଖରେ ଭାରତୀୟ ସେନାର ଏକ ପଦାତିକ ରେଜିମେଣ୍ଟ ଜମ୍ମୁ-କଶ୍ମୀର ରାଇଫଲ୍ସରେ ଯୋଗ ଦେଇଥିଲେ।
Popular Categories



