ବଡ଼ମ୍ବା : କଟକ ଜିଲା ବଡ଼ମ୍ବା ବନାଞ୍ଚଳ ଅନ୍ତର୍ଗତ ଖଳିମାଟି ଗାଁରେ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଗୟାଧର ଦେହୁରୀ ବୋଲି ଜଣାପଡିଛି। ମଙ୍ଗଳବାର ସକାଳୁ ଗୟାଧର ଗାଁ ନିକଟସ୍ଥ ଜଙ୍ଗଲକୁ ଲଇ ସଂଗ୍ରହ ପାଇ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀଟି ଏତେ ହିଂସ୍ର ଥିଲା ଯେ ମୃତକଙ୍କ ଶରୀରକୁ ଖଣ୍ଡବିଖଣ୍ଡିତ କରିଦେଇଥିଲା। ଖବର ପାଇ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ପ୍ରଭାତ କୁମାର ରାଉତ, ବନପାଳ କୃଷ୍ଣଚନ୍ଦ୍ର ସ୍ବାଇଁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଅପରାହ୍ଣରେ ବଡ଼ମ୍ବା ଡାକ୍ତରଖାନାରେ ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
Popular Categories



