ପୁରୀ: ପବିତ୍ର ଶୀତଳଷଷ୍ଠୀ ଅବସରରେ ପୁରୀର ବିଭିନ୍ନ ଶିବ ମନ୍ଦିରମାନଙ୍କରେ ବାଣ ଫୁଟା ଉପରେ କଟକଣା ଜାରି କରାଯାଇଛି। ଉପଜିଲାପାଳ ତଥା ଉପଖଣ୍ଡ ଜିଲା ମାଜିଷ୍ଟ୍ରେଟଙ୍କୁ ପ୍ରଦାନ କରାଯାଇଥିବା କ୍ଷମତା ଆଧାରରେ ଉପଜିଲାପାଳ ଗୋପୀନାଥ କୁଅଁର ଏହି ପ୍ରତିବନ୍ଧକ ଲାଗୁ କରିଛନ୍ତି। ପୁରୀର ଜମ୍ବଶ୍ୱର ମନ୍ଦିର, ଶ୍ରୀ ଲୋକନାଥ ଦେବ ମନ୍ଦିର, ଶ୍ରୀ ମାର୍କଣ୍ଡେଶ୍ୱର ମନ୍ଦିର, ଶ୍ରୀ କପାଳଲୋଚନ ମନ୍ଦିର, ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିର, ଶ୍ରୀ ଶଙ୍କରେଶ୍ୱର ମନ୍ଦିର, ଓମକାରେଶ୍ୱର ମନ୍ଦିର ଏବଂ ପୁରୀ ଓ ବୀରହରେକୃଷ୍ଣପୁରସ୍ଥିତ ବାନାମ୍ବର ମନ୍ଦିର ପରିସରରେ ଚଳିତ ମାସ ୧୨ ତାରିଖ ଅପରାହ୍ନ ୬ ଘଟିକାଠାରୁ ୧୪ ତାରିଖ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ। ସାଧାରଣ ଲୋକଙ୍କ ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ କୌଣସି ବାଣ ଫୁଟାଯାଇ ପାରିବ ନାହିଁ ବୋଲି କହିଛନ୍ତି ଉପଜିଲାପାଳ।
Popular Categories



