www.samajalive.in
Sunday, December 14, 2025
26.1 C
Bhubaneswar

ସରକାରୀ ଯାନ୍ତ୍ରୀକ ବିଦ୍ୟାଳୟରେ ୨୧ କରୋନା ପଜିଟିଭ୍ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ସରକାରୀ ଯାନ୍ତ୍ରୀକ ବିଦ୍ୟାଳୟରେ ଗୋଟିଏ ଦିନରେ ୨୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ କର୍ମଚାରୀ ଥିବା ବେଳେ ୮ ଜଣ ଛାତ୍ରଛାତ୍ରୀ ଥିବା ଜଣାଯାଇଛି। ଆରଟି-ପିସିଆର ଟେଷ୍ଟରେ ଏହି ରିପୋର୍ଟ ପଜିଟିଭ୍ ଆସିଛି। ସଂକ୍ରମଣର ସଠିକ୍ କାରଣ ଜଣାପଡ଼ି ନ ଥିଲେ ହେଁ ଜଣେ ଅଧ୍ୟାପକଙ୍କ ଠାରୁ ଏହି ସଂକ୍ରମଣ ବ୍ୟାପିଥିବା କୁହାଯାଉଛି।

ଝାରସୁଗୁଡ଼ା ପୌରପାଳିକା ନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ମାଝି କହିଛନ୍ତି, ବିଦ୍ୟାଳୟରେ କୋଭିଡ-ପଜିଟିଭ୍ ରିପୋର୍ଟ ଆସିବା ପରେ ସେ ନିଜେ ଓ ସଦର ତହସିଲଦାର ଦିଲୀପ ପ୍ରଧାନ ସରଜମିନ ତଦନ୍ତ କରିଛନ୍ତି। ଯେଉଁମାନେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ପୃଥକ୍ କରି ସଂଗରୋଧରେ ରଖାଯାଇଛି। ବିଦ୍ୟାଳୟ ପରିସର ସାନିଟାଇଜ୍ କରାଯାଇଛି। କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ଯେଉଁମାନଙ୍କର ଆଜି ଟେଷ୍ଟିଂ ହୋଇନାହିଁ ସେମାନଙ୍କର ଟେଷ୍ଟିଂ ପାଇଁ ବନ୍ଦୋବସ୍ତ କରାଯାଉଛି। କାରଣ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି।

- Advertisement -

ଯାନ୍ତ୍ରିକ ବିଦ୍ୟାଳୟ ଅଧ୍ୟକ୍ଷା ପ୍ରଗତି ଦାଶ କହିଛନ୍ତି, ଯେଉଁ ଷ୍ଟାଫମାନଙ୍କର ପଜିଟିଭ ବାହାରିଛି ସେମାନଙ୍କୁ ଗୃହ ସଂଗରୋଧରେ ରଖାଯାଇଛି। ତା ଛଡ଼ା ପଜିଟିଭ୍ ଚିହ୍ନଟ ହୋଇଥିବା ଛାତ୍ର ଓ ଛାତ୍ରୀଙ୍କୁ ଭିନ୍ନ ଭିନ୍ନ ଭାବେ ହଷ୍ଟେଲରେ ଆଇସୋଲେସନରେ ରଖିବା ପାଇଁ ହଷ୍ଟେଲ ଖାଲି କରାଯାଇଛି। ସୋମବାର ହୋଲି ଛୁଟି ଥିବାରୁ ଅଧିକାଂଶ ଛାତ୍ର ଛାତ୍ରୀ ଘରକୁ ଯାଇଛନ୍ତି। ଏଥିପାଇଁ ହଷ୍ଟେଲ ପ୍ରାୟତଃ ଖାଲି ରହିଛି ବୋଲି ସେ କହିଛନ୍ତି।

କଣ୍ଟେନମେଣ୍ଟ ଜୋନ ବିଷୟରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା ସ୍ପଷ୍ଟ କରାଯାଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ହୋଲି ଛୁଟି ଥିବା ହେତୁ ଏମିତି ବି ୪୮ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟାଳୟ ବନ୍ଦ ରହୁଥିବାରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାର କିଛି ଆବଶ୍ୟକତା ନାହିଁ। ବିଦ୍ୟାଳୟ କର୍ତ୍ତୃପକ୍ଷ ସଂକ୍ରମିତଙ୍କୁ ସଂଗରୋଧ କରିବାର ବ୍ୟବସ୍ଥା କରିଥିବା ବେଳେ ୧ନମ୍ବର ହଷ୍ଟେଲକୁ ଖାଲି କରାଯାଇଛି। ହୋଲି ଛୁଟି ଥିବା ହେତୁ ସ୍କୁଲ ବା ହଷ୍ଟେଲ ସିଲ କରିବା ଦରକାର ହେବ ନାହିଁ ବୋଲି କୁହାଯାଇଛି। ଏଠାରେ ସୂଚାଇ ଦିଆଯାଇପାରେ ଯେ ନିର୍ଭୁଲ କୋଭିଡ ଟେଷ୍ଟ ପାଇଁ ଝାରସୁଗୁଡ଼ା ଜିଲାରେ କେବଳ ଆରଟି-ପିସିଆର ଟେଷ୍ଟ କରାଯାଉଛି। ଏଣୁ ଶୁକ୍ରବାର/ଶନିବାର କେବଳ ୧୩୦ଜଣଙ୍କର ଟେଷ୍ଟ କରାଯାଇଥିଲା। ଯେଉଁଥିରୁ କି ୨୧ ଜଣଙ୍କର ପଜିଟିଭ୍ ଥିବା ରିପୋର୍ଟ ଆସିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories