www.samajalive.in
Sunday, December 14, 2025
26.1 C
Bhubaneswar

୭୧ ଦିନରେ ୬ କୋଟି ନିକଟତର କୋଭିଡ ପ୍ରତିଷେଧକ ଟିକାକରଣ, ଆଜି ନେଲେ ୧୩ ଲକ୍ଷ ୮୩ ହଜାର

ଦେଶରେ କୋଭିଡ ପ୍ରତିଷେଧକ ଟିକାକରଣ ଦ୍ରୁତ ଗତିରେ ଆଗେଇ ଚାଲିଛି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ଆଜି ସୁଦ୍ଧା ମୋଟ ୫ କୋଟି ୯୪ ଲକ୍ଷ ୯୨ ହଜାର ୮୨୪ ଜଣଙ୍କୁ ଟିକାକରଣ କରାଯାଇଥିବା ବେଳେ ଆଜି ଗୋଟିଏ ଦିନରେ ସାରା ଦେଶରେ ଥିବା ଉଭୟ ସରକାରୀ ଘରୋଇ ଟିକାକରଣ କେନ୍ଦ୍ରରେ ୧୩ ଲକ୍ଷ ୮୩ ହଜାର ୫୧ ଜଣ ହିତାଧିକାରୀଙ୍କୁ ଏହି ଟିକା ଦିଆଯାଇଛି।

ଆଜି ସୁଦ୍ଧା ୮୧ ଲକ୍ଷ ୨୬ ହଜାର ୭୭୬ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ କୋଭିଡ ପ୍ରତିଷେଧକ ଟିକା ଦିଆଯାଇଥିବା ବେଳେ ୫୧ ଲକ୍ଷ ୬୨ ହଜାର ୬୭୯ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ଵିତୀୟ ଡୋଜ ଟିକା ଦିଆଯାଇଛି। ସେହିପରି ୮୮ ଲକ୍ଷ ୨୭ ହଜାର ୧୨୪ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ ଓ ୩୫ ଲକ୍ଷ ୮୩ ହଜାର ୬୦ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଦ୍ଵିତୀୟ ଡୋଜ ଦିଆଯାଇଛି। ଏହି ପର୍ଯ୍ୟାୟରେ ୪୫ରୁ ୫୯ ବର୍ଷ ବୟସ ମଧ୍ୟରେ ବହୁବିଧ ରୋଗରେ ପୀଡିତ ୬୪ ଲକ୍ଷ ୭୪ ହଜାର ୩୭୫ ଜଣଙ୍କୁ ପ୍ରଥମ ଡୋଜ ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ୨ କୋଟି ୭୩ ଲକ୍ଷ ୧୮ ହଜାର ୮୧୦ଜଣଙ୍କୁ ଟିକାକରଣ କରାଯାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories