www.samajalive.in
Sunday, December 14, 2025
14.1 C
Bhubaneswar

୧୨୦୦ ବୋତଲ କଫ ସିରପ ଜବତ, ୫ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ା ପୁଲିସ ଏକ ଆନ୍ତଃଜିଲା ନିଶାଦ୍ରବ୍ୟ ଚାଲାଣ ରାକେଟର ପର୍ଦାଫାଶ କରିବା ସହିତ ୫ଜଣଙ୍କୁ ଗିରଫ କରିଛି। ଏହିକ୍ରମରେ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଏକ ବୋଲେରୋ ଗାଡ଼ି ସହିତ ୧ ହଜାର ୨ ଶହ ବୋତଲ କୋରେକ୍ସ କଫ ସିରପ ଓ ୩ଟି ମୋବାଇଲ ଜବତ କରାଯାଇଛି ବୋଲି ଝାରସୁଗୁଡ଼ା ଏସପି ବିକାଶ ଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି।ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା ମଙ୍ଗଳବଜାର ନିବାସୀ ଶେଖ୍ ଅମଜଦ(୩୭) ଓ ମହମ୍ମଦ ଗୁଲାମ ଅଶ୍ରଫ(୨୯), ମିଶ୍ର ଟକିଜ ଗଳିର ଅଙ୍କୁଶ ଭଗତ(୨୮), ଝାରସୁଗୁଡ଼ା ରେଳବାଇ କଲୋନୀର ଭରତ ସିଂ ୟାଦବ୍ ଓ ସମ୍ବଲପୁର ବଡ଼ବଜାରର ଅମିତ ସାହୁ(୨୯)। କଫ୍ ସିରପ୍ ଯୋଗାଣରେ ସମ୍ପୃକ୍ତ ୩ ଜଣ ଫେରାର ଥିବା ବେଳେ ତାଙ୍କର ସନ୍ଧାନ ଜାରି ରହିଛି ବୋଲି ପୁଲିସ କହିଛି। ଅଭିଯୁକ୍ତମାନଙ୍କ ନାମରେ ଝାରସୁଗୁଡ଼ା ସମେତ ପଡ଼ୋଶୀ ସମ୍ବଲପୁର ଓ ସୁନ୍ଦରଗଡ଼ର ଜିଲାର ବିଭିନ୍ନ ଥାନାରେ ଅପରାଧ ରେକର୍ଡ ରହିଛି।

ଶନିବାର ଅପରାହ୍ନ ୧ଟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ବିକାଶ ଦାଶ ସୂଚନା ଦେଇ କହିଥିଲେ ଯେ, ଟାଉନ ଥାନା ପୁଲିସ ପକ୍ଷରୁ ଏସଆଇ ଏସଏସ ଲୁଗୁନଙ୍କ ନେତୃତ୍ବରେ ଏକ ପୁଲିସ ଦଳ ବେହେରାମାଲ ଠାରେ କୋଭିଡ ତନଖି କରୁଥିବା ବେଳେ ଏକ ବୋଲୋରୋକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ବୋଲେରୋରେ ଭାରିମାତ୍ରାରେ ୱିନସିରେକ୍ସ କଫ ସିରପ ଥିବା ଦେଖିବାକୁ ପାଇଥିଲେ। ପୁଲିସ ଯାଞ୍ଚ ବେଳେ ୨ଜଣ ଅଭିଯୁକ୍ତ କୌଣସି ପ୍ରକାରେ ଫେରାର ହୋଇଯାଇଥିବା ବେଳେ ୫ଜଣଙ୍କୁ ପୁଲିସ ଦଳ ଗିରଫ କରିବାରେ ସଫଳ ହୋଇଥିଲା। ଅଭିଯୁକ୍ତମାନଙ୍କ ମଧ୍ୟରୁ ଶେଖ୍ ଅମଜଦ ନାମରେ ୪ଟି ନିଶାଦ୍ରବ୍ୟ କାରବାର ସହିତ ୫ଟି ମାମଲା ଥିବା ଜଣାପଡ଼ିଥିବା ବେଳେ ଅଙ୍କୁଶ ନାମରେ ନିଶା କାରବାର, ଡକାୟତି, ଚୋରି ଆଦି ୫ଟି ମାମଲା ରହିଛି।

- Advertisement -

ତା ଛଡ଼ା ସମ୍ବଲପୁରର ଅମିତ ସାହୁ ନାମରେ ହତ୍ୟା ଉଦ୍ୟମ, ଅପହରଣ, ନିଶାକାରବାର ଭଳି ୧୦ଟି ଭିନ୍ନ ଭିନ୍ନ ମାମଲା ଏକାଧିକ ଥାନାରେ ରହିଛି। କୋରେକ୍ସ କାରବାରର ଚେର ଅନ୍ୟ ଜିଲା ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଅଭିଯୁକ୍ତମାନେ କ୍ରମାଗତ ଭାବେ ଏହା କରି ଆସୁଥିଲେ ବୋଲି ଏସପି ଶ୍ରୀ ଦାଶ କହିଛନ୍ତି। ତେବେ ତଦନ୍ତରେ ବାଧା ସୃଷ୍ଟି ଆଶଙ୍କାରେ କେଉଁ ଜିଲାରୁ ଏହାର କାରବାର ହେଉଛି ସେ ବିଷୟରେ ଖୁଲାସା କରିନାହାନ୍ତି। ମାମଲାରେ ତଦନ୍ତ ଜାରି ରହିଛି ଆଗକୁ ଆହୁରି ନିଶା କାରବାରର ପର୍ଦାଫାଶ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ କୈଳାଶ ଆଚାର୍ଯ୍ୟ, ଥାନାଧିକାରୀ ସାବିତ୍ରୀ ବଳ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories