www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟରେ ଦିନକରେ ୨୦୭୪ କରୋନା ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୧୯୨ ଓ ସ୍ଥାନୀୟ ସଂକ୍ରମିତ ୮୮୨ ଜଣ ରହିଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୫୯, ବାଲେଶ୍ୱର ୧୧୫, ବରଗଡ ୩୮, ଭଦ୍ରକରୁ ୧୧୦ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ବଲାଙ୍ଗିରରୁ ୧୭, ବଉଦ ୧୨ ଓ କଟକରୁ ୨୮୩ ଚିହ୍ନଟ ହୋଇଥିବା ଜଣାଯାଇଛି।

ରାଜ୍ୟର ଦେବଗଡ ଜିଲାରୁ ୩, ଢେଙ୍କାନାଳ ୬୧, ଗଜପତି ୩, ଗଞ୍ଜାମ ୫, ଜଗତସିଂହପୁର ୯୯, ଯାଜପୁର ୧୨୦, ଝାରସୁଗୁଡାରୁ ୫ ଜଣ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିରୁ ୫, କନ୍ଧମାଳ ୧୯, କେନ୍ଦ୍ରାପଡା ୫୮, କେନ୍ଦୁଝର ୪୬ ଓ ଖୋର୍ଦ୍ଧାରୁ ସର୍ବାଧିକ ୪୪୩ ଜଣଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି କୋରାପୁଟରୁ ୧୦, ମାଲକାନଗିରି ୪୭, ମୟୁରଭଞ୍ଜ ୧୧୫, ନବରଙ୍ଗପୁର ୧୦, ନୟାଗଡରୁ ୫୮ ଜଣ ଚିହ୍ନଟ ହୋଇଛନ୍ତି। ନୂଆପଡା ଜିଲାରୁ ୪, ପୁରୀ ୧୩୩, ରାୟଗଡା ୧୬, ସମ୍ବଲପୁର ୩୦, ସୋନପୁର ୯, ସୁନ୍ଦରଗଡ ୫୬ ଏବଂ ଷ୍ଟେଟପୁଲରୁ ୮୫ ଜଣଙ୍କୁ ଚିହ୍ନଟ କରାଯାଇଛି।

- Advertisement -

ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୪୭୭୨୯୩୮ ନମୁନା ପରୀକ୍ଷା କରାଯାଇସାରିଛି। ଏଥିସହିତ ଓଡ଼ିଶାରେ କରୋନାରୁ ମୋଟ ୯୧୮୦୪୧ ସୁସ୍ଥ ହୋଇସାରିଛନ୍ତି। ସଂପ୍ରତି ରାଜ୍ୟରେ ୨୨୮୬୦ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories