www.samajalive.in
Monday, December 15, 2025
26.1 C
Bhubaneswar

ଲିବ୍ୟାରେ ବନ୍ୟା ବିଭୀଷିକା, ୨୦ ହଜାର ମୃତ୍ୟୁ ଆଶଙ୍କା

ଡେସ୍କ: ଲିବ୍ୟାର ପୂର୍ବାଞ୍ଚଳରେ ଭୟଙ୍କର ବନ୍ୟା ଯୋଗୁ ପ୍ରାୟ ୨୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି। ଏହି ବନ୍ୟାରେ ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିବା ଡର୍ନା ସହରରେ ଉଦ୍ଧାରକାରୀମାନେ ବନ୍ୟା ଜଳ ଏବଂ ଅଳିଆ ଗଦାରେ ମୃତଦେହଗୁଡିକୁ ଖୋଜୁଛନ୍ତି। ଯଦି ମୃତ ଦେହ ଗୁଡିକୁ ତୁରନ୍ତ ଠାବ ନ କରାଯାଏ, ଆଗାମୀ ଦିନରେ ଏଥିଯୋଗୁ ମହାମାରୀ ସୃଷ୍ଟି ହେବାର ସମ୍ଭାବନା ରହିଛି। ଅନ୍ୟ ପକ୍ଷରେ ସମ୍ପୃକ୍ତ ଅଞ୍ଚଳରେ ଏଭଳି ପରିସ୍ଥିତିରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ତାହାର ସଠିକ ଆକଳନ କରିବା କଷ୍ଟସାଧ୍ୟ ଅଟେ।

ଭୂମଧ୍ୟସାଗରୀୟ ବାତ୍ୟା ଡାନିଏଲ୍ ପ୍ରଭାବରେ ସେଠାରେ ୨ଟି ଡ୍ୟାମ୍ ଭୁଶୁଡ଼ି ପଡ଼ିବାରୁ ଲିବ୍ୟାର ପୂର୍ବରେ ଥିବା ବନ୍ଦର ସହର ଡର୍ନାର ମଧ୍ୟଭାଗରେ ୨୦ ଫୁଟରୁ ଅଧିକ ଉଚ୍ଚରେ ଜଳ ପ୍ରବାହିତ ହୋଇଥିଲା। ସେଠାକାର ମେୟର କହିଛନ୍ତି ଯେ ଅନୁସନ୍ଧାନକାରୀ ଦଳ ଧ୍ୱଂସାବଶେଷ ମଧ୍ୟରୁ ଅଧିକ ମୃତଦେହ ପାଇଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ।

- Advertisement -

ସହାୟତା ସଂସ୍ଥା ଏବଂ ସରକାରୀ ଅଧିକାରୀଙ୍କ ଆକଳନ ଅନୁଯାୟୀ ମୃତ୍ୟୁ ସଂଖ୍ୟା ୮ ହଜାର ଥିବା ବେଳେ ୧୦ ହଜାର ଲୋକ ନିଖୋଜ ଅଛନ୍ତି। ବନ୍ୟା ବିତ୍ପାତ ଘଟିଥିବା ଅଂଚଳରେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ହିସାବକୁ ନେଲେ ସେଠାରେ ମୃତ୍ୟୁ ସଂଖ୍ୟା ୨୦ ହଜାର ଟପିଯିବା ଅନୁମାନ କରାଯାଉଛି। ଅଧିକାଂଶ ଲୋକ ବନ୍ୟା ପାଣିରେ ଭାସି ଯାଇଥିବା କୁହାଯାଇଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories