www.samajalive.in
Tuesday, December 9, 2025
17.1 C
Bhubaneswar

ଆଶ୍ଚର୍ଯ୍ୟଜନକ ଭାବେ ମୃତ୍ୟୁ ପରେ ବଞ୍ଚି ଉଠିଲେ ଏହି ବ୍ୟକ୍ତି – କହିଲେ ଚନ୍ଦ୍ରଙ୍କ ସହ ଦେଖିଲେ ଏହି କଥା

ଲଣ୍ଡନ- ଲଣ୍ଡନରେ ଭାରତୀୟ ବଂଶୋଦ୍ଭବ ଅଭନେତା ଶିବ ଗେରଓ୍ୱାଲ ବସବାସ କରନ୍ତି । ୬୦ ବର୍ଷିୟ ଏହି କଳାକାର ତାଙ୍କ ଜୀବନର ଏକ ସତ୍ୟଘଟଣାକୁ ଏବେ ଏକ ଟିଭି ଚ୍ୟାନେଲ୍ ଆଗରେ ବର୍ଣ୍ଣନା କରିଛନ୍ତି ।୨୦୧୩ ମସିହା ଫେବ୍ରୁଆରୀ ମାସରେ ଶିବ  ତାଙ୍କ ବାସ ଭବନରେ ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ହୃଦଘାତ ବା ହାର୍ଟ ଆଟାକ୍‌ ହୋଇଥିଲା ।

ତାଙ୍କ ପତ୍ନୀ ଏଲିସନ୍‌ ତୁରନ୍ତ ଆମ୍ବୁଲାନ୍ସକୁ କଲ୍‌ କରିଥିଲେ । ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଆମ୍ବୁଲାନ୍ସ ପ୍ରାୟ ୭ ମିନିଟ ପରେ ଆସିଥିଲା । ସେଥିରେ ଥିବା ପାରାମେଡିକାଲ ଷ୍ଟାଫ୍‌ ମାନେ ତୁରନ୍ତ ଚିକି୍ତ୍ସା ଆରମ୍ଭ କରିଥିଲେ । ବନ୍ଦ ହୋଇଯାଇଥିବା ହୃତପିଣ୍ଡ ପୁଣି କାମ କରିଥିଲା । ମାତ୍ର ସେ କୋମାକୁ ଚାଲିଯାଇଥିଲେ ।

- Advertisement -

ଏହି ୭ ମିନଟର ମୃତ୍ୟୁ ଭିତରେ ସେ ମହାକଶରେ ଥିବା କଥା କହିଛନ୍ତି । ତାଙ୍କୁ ଚନ୍ଦ୍ର ତାରା ଏବଂ ଉଲକା ପିଣ୍ଡ ଦେଖାଯାଇଥିଲା । ମାତ୍ର ସେ ବଞ୍ଚିବା ପାଇଁ ଚାହୁଁଥିଲେ ତାଙ୍କ ସ୍ତ୍ରୀଙ୍କ ନିକଟକୁ ଫେରିବା ପାଇଁ ଚାହୁଁଥିଲେ ।

ଆମ୍ବୁଲାନ୍ସର ପାରମେଡିକାଲ୍‌ ଷ୍ଟାଫ୍‌ ସିପିଆର୍‌ ଦେବାପରେ ବନ୍ଦ ହୋଇଯାଇଥିବା ଶ୍ୱାସକ୍ରିୟା ଆରମ୍ଭ ହୋଇଥିଲା । କୋମା ଅବସ୍ଥାରେ ସେ ଏକ ମାସ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ତାଙ୍କ ମସ୍ତିଷ୍କକୁ କମ୍‌ ଅକ୍ସିଜେନ୍‌ ଯାଉଥିବା କଥା ଡାକ୍ତର କହିଥିଲେ । ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ।
ଏକ ଷ୍ଟେଣ୍ଟ ଲଗାଯାଇଥିଲା ।
ଏହା ଭିତରେ ତାଙ୍କର ଯେମିତି ପୁନର୍ଜନ୍ମ ହୋଇଛି ସେପରି ଲାଗୁଥିଲା । ତାଙ୍କର ଏହି ଅନୁଭବ ଉପରେ ସେ ଏକ ସିନେମା ତିଆରି କରିଛନ୍ତି । ସେପ୍ଟେମ୍ବର ୨୪ ତାରିଖରେ ଏହାକ ଲଣ୍ଡନରେ ପ୍ରଦର୍ଶୀତ କରାଯିବ ।ଏହି ଘଟଣାପରେ ଜୀବନ ପ୍ରତି ତାଙ୍କର ଦୃଷ୍ଟି ଭଙ୍ଗି ବଦଳିଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories