www.samajalive.in
Saturday, December 6, 2025
16.1 C
Bhubaneswar

ଗ୍ରାମାଞ୍ଚଳର ୨୦ ଲକ୍ଷ ପରିବାରକୁ ଦିଆଯିବ ପକ୍କାଘର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟର ଗ୍ରାମାଞ୍ଚଳରେ କଚ୍ଚାଘରେ ରହୁଥିବା ୨୦ ଲକ୍ଷ ପରିବାରକୁ ପର୍ଯ୍ୟାୟ କ୍ରମେ ପକ୍କାଘର ଯୋଗାଇଦିଆଯିବ। ପକ୍କାଘର ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଗୁରୁବାରଠାରୁ ବିଜୁ ପକ୍କାଘର ଯୋଗ୍ୟତା କାର୍ଡ଼ ବଣ୍ଟନ ଆରମ୍ଭ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ପଞ୍ଚାୟତିରାଜ ଦିବସ ଅବସରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଚଳିତମାସ ୩୧ ତାରିଖ ସୁଦ୍ଧା ୨୦ଲକ୍ଷ ହିତାଧିକାରୀଙ୍କୁ ବିଜୁ ପକ୍କାଘର ଯୋଗ୍ୟତା କାର୍ଡ ବଣ୍ଟନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ୫୦ଟି ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀମାନେ ଉପସ୍ଥିତ ରହି ଏହି କାର୍ଡ ବଣ୍ଟନ କରିବେ। ଯେଉଁ ବ୍ଲକରେ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇ ନାହିଁ ସେଠାରେ ବିଧାୟକମାନେ ମୁଖ୍ୟଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରିବେ। ଯେଉଁମାନେ ଏହି କାର୍ଡ ପାଇବାରୁ ବଞ୍ଚିତ ହେବେ ସେମାନେ ବ୍ଲକ କାର୍ଯ୍ୟାଳୟରେ ଦରଖାସ୍ତ କରିବେ। ତାଙ୍କ ଦରଖାସ୍ତକୁ ତଦନ୍ତ କରାଯାଇ କାର୍ଡ ପାଇବାକୁ ଯୋଗ୍ୟ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ।

- Advertisement -

 

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories