www.samajalive.in
Saturday, December 6, 2025
26.1 C
Bhubaneswar

ଗୃହରେ ହଟ୍ଟଗୋଳ ଓ ବିଲ୍‍ ଚିରିବାକୁ ନେଇ ୭ କଂଗ୍ରେସ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ : କଂଗ୍ରେସର ୭ ଜଣ ଲୋକସଭା ସାଂସଦଙ୍କୁ ବଜେଟ୍‍ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ଲୋକସଭାର କାର୍ଯ୍ୟଧାରାରେ ଭାଗ ନେବାରୁ ନିଲମ୍ବନ କରାଯାଇଛି। ସେମାନେ ଗୃହରେ ହଟ୍ଟଗୋଳ ସୃଷ୍ଟି କରୁଥିଲେ ଓ ବାଚସ୍ପତିଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଥିବାରୁ ଏହି ପଦକ୍ଷେପ ନିଆଯାଇଛି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ନିୟମ ୩୭୪ ଅଧୀନରେ ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ଆଗତ କରିଥିଲେ। ପୂର୍ବରୁ ବାଚସ୍ପତି ସଦସ୍ୟମାନଙ୍କର ଆଚରଣର ନିନ୍ଦା କରିଥିଲେ। ଲୋକସଭାରେ ଖଣିଜ ପଦାର୍ଥ ଆଇନ୍‍ ସଂଶୋଧନ ବିଲ୍‍ ୨୦୨୦ ଉପରେ ଆଲୋଚନା ଚାଲିଥିବା ବେଳେ ସେହି ସଦସ୍ୟମାନେ ବିଲ୍‍ର ନକଲକୁ ଚିରି ଫିଙ୍ଗିଦେଇଥିଲେ। ସେହି ସମୟରେ ମିନାକ୍ଷୀ ଲେଖି ଅଧିଷ୍ଠାତା ମଣ୍ଡଳୀ ସଦ୍ୟ ଭାବେ ବାଚସ୍ପତିଙ୍କ ଆସନରେ ବସିଥିଲେ।

- Advertisement -

ନିଲମ୍ବିତ ହୋଇଥିବା ସଦସ୍ୟମାନଙ୍କ ମଧ୍ୟରେ ଗୌରବ ଗୋଗୋଇ, ଟି.ଏନ୍‍. ପ୍ରଥପନ, ଡିନ୍‍ କୁରିଆକୋଷେ, ମନିକମ୍‍ ଟ୍ୟାଗୋର, ଗୁରଜିତ ସିଂହ ଔଜଲା, ରାଜମୋହନ ଉନିଥନ ଓ ବେନି ବେହେନାନ ରହିଛନ୍ତି। ମୌଖିକ ଭୋଟରେ ଏହି ପ୍ରସ୍ତାବ ଗୃହିତ ହେବା ପରେ ବାଚସ୍ପତି ସେହି ସଦସ୍ୟମାନଙ୍କର ନିଲମ୍ବନ ଆଦେଶ ଦେଇଥିଲେ। ପରେ ଗୃହକୁ ସାରା ଦିନ ପାଇଁ ମୁଲତବୀ ରଖାଯାଇଥିଲା।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories