www.samajalive.in
Monday, December 15, 2025
27.1 C
Bhubaneswar

ନେପାଳ ହିଂସାରେ ୨୦ ମୃତ, ସଂସଦରେ ପଶିଲେ ବିକ୍ଷୋଭକାରୀ

ସମାଜ ଡିଜିଟାଲ ଡେସ୍କ: ନେପାଳରେ ସୃଷ୍ଟି ହୋଇଥିବା ପୁଲିସ-ଜନତା ହିଂସାରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ପୁଲିସ ଗୁଳିରେ ସେମାନଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ସୋମବାର ଅପରାହ୍ନରେ ବିକ୍ଷୋଭକାରୀମାନେ ସଂସଦ ଭିତରକୁ ଧସେଇ ପଶିଥିବା ଜଣାପଡ଼ିଛି। ବହୁ ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ ହେଁ ବିକ୍ଷୋଭକାରୀଙ୍କୁ ଅଟକାଇବାରେ ସେମାନେ ବିଫଳ ହୋଇଛନ୍ତି।

ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ୟୁଟ୍ୟୁବ, ଫେସବୁକ, ହ୍ବାଟ୍ସଆପ, ଇନଷ୍ଟାଗ୍ରାମ ସମେତ ୨୬ଟି ଆପ୍‌କୁ ନେପାଳ ସରକାର ନିଷିଦ୍ଧ ଘୋଷଣା କରିବା ପରେ ଦେଶରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ଜେନେରେସନ ଜେଡ୍‌ ବା ନୂଆପିଢ଼ିର ଯୁବଗୋଷ୍ଠୀ (୧୯୯୫ ପରେ ଜନ୍ମିତ ଯୁବଗୋଷ୍ଠୀ) ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସୋମବାର ହଜାର ହଜାର ବିକ୍ଷୋଭକାରୀ ରାଜଧାନୀ କାଠମାଣ୍ଡୁରେ ଏକତ୍ର ହୋଇ ବିକ୍ଷୋଭ କରିଥିଲେ। ସେମା​‌ନେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସଂସଦ ଆଡକୁ ମୁହାଇଁଥିଲେ। ଯାହାଫଳରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଅଟକାଇଥିଲେ। ପୁଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଲାଗିବାରୁ ପୁଲିସକୁ ବାଧ୍ୟ ହୋଇ ଗୁଳି ଚଳାଇବାକୁ ପଡ଼ିଥିଲା। ଯାହାଫଳରେ ୨୦ ଜଣଙ୍କ ପ୍ରାଣହାନୀ ଘଟିଛି। ୧୦୦ରୁ ଅଧିକ ଆହତ ହୋଇଛନ୍ତି।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories