www.samajalive.in
Saturday, December 13, 2025
14.1 C
Bhubaneswar

ଟ୍ରାକ୍ଟର ଚୋରି, ୩ ଗିରଫ

ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ପୁଟିବନ୍ଧ ଅଞ୍ଚଳରୁ ଗତ ୬ ତାରିଖ ମଧ୍ୟରାତ୍ରିରେ ଏକ ଟ୍ରାକ୍ଟର ଚୋରି ହୋଇଯାଇଥିଲା। ଧନୁପାଲି ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ସିନ୍ଦୁରପଙ୍କ ନିବାସୀ ଭରତ ସାହୁ ତାଙ୍କର ଏକ ଟ୍ରାକ୍ଟରକୁ ପୁଟିବନ୍ଧ ନିବାସୀ ସୁରେନ୍ଦ୍ର ପଣ୍ଡାଙ୍କୁ ଭଡା ସୂତ୍ରରେ ଦେଇଥିଲେ। ପଣ୍ଡା ଟ୍ରାକ୍ଟରକୁ ନିଜ ଘର ସମ୍ମୁଖରେ ରାତ୍ରିରେ ରଖିଥିବା ବେଳେ ଉକ୍ତ ଗାଡିଟି ଚୋରି ହୋଇଯାଇଥିଲା। ଏଣୁ ଧନୁପାଲି ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ବିଭିନ୍ନ ସିସିଟିଭି ଯାଞ୍ଚରୁ ଚୋରମାନେ ଟ୍ରାକ୍ଟରକୁ ବରଗଡ ଜିଲା ପଟକୁ ନେଇଯାଇଥିବାର ଜଣାପଡିଥିଲା।

ଏଣୁ ପୁଲିସ ଟେକନିକାଲ ଓ ପାରମ୍ପରିକ ତଥ୍ୟ ସଂଗ୍ରହ କରି ଟ୍ରାକ୍ଟର ଚୋରି କରିଥିବା ବରଗଡ ଜିଲା ଭେଡେନ ନିବାସୀ ତ୍ରିଲୋଚନ ବାଗ (୪୭), ଜମନକିରା ନିବାସୀ ଅନୀଲ ପ୍ରଧାନ (୨୮) ଓ ସନମୟ ପଧାନ (୨୮)ଙ୍କୁ ଧରି ଚୋରି ଟ୍ରାକ୍ଟରକୁ ଉଦ୍ଧାର କରିଥିଲା ବୋଲି ସଦର ଏସଡିପିଓ ତୁଫାନ ବାଗ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କୁ ସୋମବାର ଅଦାଲତକୁ ଚାଲାଣ କରାଯାଇଛି।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories