www.samajalive.in
Thursday, December 11, 2025
26.1 C
Bhubaneswar

ଗୋପୀନାଥପୁର ନକଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: କୂଟରୁପାଲିକୁ ହରାଇ ହରିହରପୁର ଚମ୍ପିଆନ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ଗୋପୀନାଥପୁର ଖେଳପଡିଆଠାରେ ଗୋପୀନାଥପୁର ଭଗତ ସିଂ କ୍ଲବ ଦ୍ବାରା ଆୟୋଜିତ ତିନିଦିନିଆ ନକ ଆଉଟ୍ ପୁଟବଲ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହାର ଫାଇନାଲ ମ୍ୟାଚ୍ ଲାଞ୍ଜିଗଡ଼ ବ୍ଳକ ହରିହରପୁର ଓ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଳକ କୂଟରୁପାଲି ଦଳ ମଧ୍ୟରେ ହୋଇଥିଲା। ଏଥିରେ ହରିହରପୁର ଚମ୍ପିଆନ ହୋଇଛି।

ମ୍ୟାଚରେ ପ୍ରଥମେ ହରିହରପୁର ଦଳ କୁଟୁରୁପାଲୀ ଦଳ ବିପକ୍ଷରେ ୩ଟି ଗୋଲ କରିଥିବା ବେଳେ ଜବାବରେ କୁଟୁରୁପାଲୀ ଦଳ ଗୋଟିଏ ଗୋଲ କରିଥିଲେ। ହରିହରପୁର ଦଳ ୩-୧ ଗୋଲରେ ବିଜୟୀ ହୋଇଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଚମ୍ପାଦେଈପୁର ସରପଞ୍ଚ ନରେନ୍ଦ୍ର ମାଝୀ, ମୁଖ୍ୟ ବକ୍ତା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ବିଶିଷ୍ଟ ଅତିଥି ଭାବେ ଲାଞ୍ଜିଗଡ ଥାନାଧିକାରୀ ଯଶୋବନ୍ତ ହିଆଲ ଯୋଗ ଦେଇଥିବାବେଳେ ସମ୍ମିାନିତ ଅତିଥି ଭାବେ ନିଳାଞ୍ଚଳ ପ୍ରଧାନ, କନ୍ଦର୍ପ ନାୟକ, ନିରଞ୍ଜନ ରଣା, ଶ୍ୟାମ ସୁନ୍ଦର ପ୍ରଧାନ, ପୁରନ୍ଦର ନାୟକ,ପୂର୍ବତନ ସାଂସଦ ପ୍ରତିନିଧି ଲଷ୍ମୀଧର ସନ୍ତୋଷରାୟ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ଉଦଘାଟନୀ ମ୍ୟାଚରେ କିଶୋର ଘଡେଇ ଖେଳ ପରିଚାଳନା କରିଥିବାବେଳେ ଦୁଷ୍ମନ୍ତ ପାତ୍ର ଓ ରଙ୍କମଣି ବେହେରା ଲାଇନରେ ସହଯୋଗ କରିଥିଲେ। ଏହି ମ୍ୟାଚରେ ଦେଵଜ୍ୟୋତି ମାଝୀ ଧାରାବିବରଣୀ ଦେଇଥିଲେ। ସେପ୍ଟେମ୍ବର ୫ ତାରିଖରେ ଏହି ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୮ଟି ଦଳ ଭାଗ ନେଇଥିଲେ। ପ୍ରତିଯୋଗିତା ଆଯୋଜନରେ ଗୋପୀନାଥ ପୁର ଭଗତ ସିଂ କ୍ଳବ ସଭାପତି ବିପିନ ବିଶ୍ୱାଳ, ଉପ ସଭାପତି ମୀନକେତନ ପ୍ରଧାନ, ସଂପାଦକ ସଦାନନ୍ଦ ନାୟକ, ଦେବେନ୍ଦ୍ର ପଧାନ ସ୍ଵପ୍ନେଶ୍ଵର ପଧାନ ସମେତ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories