www.samajalive.in
Wednesday, December 10, 2025
18.1 C
Bhubaneswar

ଡାକ୍ତରୀ ଛାତ୍ରଙ୍କୁ ଛୁରି ଦେଖାଇ ମୋବାଇଲ ଲୁଟ, ୨ ଗିରଫ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ହୀରାକୁଦ ଡାଇକ ତଳେ ବୁର୍ଲା ଭୀମସାରର ଡାକ୍ତରୀ ଛାତ୍ରଙ୍କୁ ଛୁରି ଦେଖାଇ ମୋବାଇଲ ଲୁଟ୍ କରିବା ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଡାକ୍ତରୀ ଛାତ୍ର ଜଳଖିଆ ଖାଉଥିବା ସମୟରେ ହଠାତ୍ ଦୁଇ ଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ଆସି ତାଙ୍କୁ ଛୁରି ଦେଖାଇ ୨ଟି ମୋବାଇଲ ଲୁଟି ନେଇ ଫେରାର ହୋଇଯାଇଥିଲେ। ଏ ନେଇ ସେ ସ୍ଥାନୀୟ ଫାଣ୍ଡିରେ ଅଭିଯୋଗ କରିଥିଲେ। ଫାଣ୍ଡି ଅଧିକାରୀ ଗଣେଶ ବାରିକ୍ ଓ ଅତାବିରା ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ଦୁର୍ବୃତ୍ତ ମାନଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଶେଷରେ ସମ୍ବଲପୁର ଧନୁପାଲିର ଶୁଭମ୍ କୁସୁମ(୨୨) ଓ ନିଖିଲ ବେହେରା (୨୧)ଙ୍କୁ ଗିରଫ କରିଥିଲେ। ସେମାନଙ୍କ ପାଖରୁ ଦେଢ଼ ଲକ୍ଷ ଟଙ୍କାର ଦୁଇଟି ମୋବାଇଲ, ଗୋଟିଏ ସ୍କୁଟି, ଛୁରୀ ଓ ନଗଦ ୬୩୦ ଟଙ୍କା ଜବତ କରାଯାଇଛି।

Hot this week

ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories