www.samajalive.in
Saturday, December 6, 2025
14.1 C
Bhubaneswar

ଆଫଗାନିସ୍ତାନରେ ଦୁଇ ମହିଳା ବିଚାରପତିଙ୍କୁ ହତ୍ୟା

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ହାଇକୋର୍ଟର ଦୁଇ ମହିଳା ବିଚାରପତିଙ୍କୁ ହତ୍ୟା କରାଯାଇଛି। କିଛି ଅଜ୍ଞାତ ବନ୍ଧୁକଧାରୀ ଏକ କାର୍‌ ଉପରେ ଆଖିବୁଜା ଗୁଳି ଚଳାଇଥିଲେ, ଯେଉଁଥିରେ ସେହି ଦୁଇ ମହିଳା ବିଚାରପତି ରହିଥିଲେ। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିବାବେଳେ କାର୍‌ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। କତ୍ତାରରେ ଆଫଗାନ ସରକାରଙ୍କ ଅଧିକାରୀ ଏବଂ ତାଲିବାନ ମଧ୍ୟରେ ଶାନ୍ତି ଆଲୋଚନା ଜାରି ରହିଥିବାବେଳେ ଏହି ଘଟଣା ଘଟିଛି।

ଆଫଗାନିସ୍ତାନ ସୁପ୍ରିମକୋର୍ଟ ମୁଖପାତ୍ର ଅହମ୍ମଦ ଫହୀମ କାଭିମ କହିଛନ୍ତି, ଆକ୍ରମଣରେ ପ୍ରାଣ ହରାଇଥିବା ଦୁଇ ମହିଳା ନ୍ୟାୟାଧୀଶ ଥିଲେ, ଯେଉଁମାନେ ହାଇକୋର୍ଟରେ କାର୍ଯ୍ୟ କରୁଥିଲେ। କିନ୍ତୁ ସେମାନଙ୍କ ନାମ ସେ ପ୍ରକାଶ କରି ନ ଥିଲେ। ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ତାଲିବାନ ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ କହିଛନ୍ତି, ଏହି ଘଟଣାରେ ତାଙ୍କ ସଂଗଠନର ହାତ ନାହିଁ।

- Advertisement -

ତେବେ ନିକଟ ଅତୀତରେ ହୋଇଥିବା କେତେକ ହତ୍ୟା ଘଟଣା ପାଇଁ ଆଫଗାନିସ୍ତାନ ସରକାର ତାଲିବାନକୁ ଦୋଷୀ ଦର୍ଶାଇଛନ୍ତି। କିନ୍ତୁ ତାଲିବାନ ଏହାକୁ ଖଣ୍ଡନ କରିବା ସହିତ ସରକାର ଶାନ୍ତି ପ୍ରକ୍ରିୟାକୁ ବାଧା ଦେବା ଲାଗି ଏପରି ହତ୍ୟା କରୁଛନ୍ତି ବୋଲି ଅଭିଯୋଗ କରିଛି। ଅନ୍ୟପଟେ କାବୁଲରେ ପ୍ରଶିକ୍ଷଣ ସଂସ୍ଥାଗୁଡ଼ିକ ଉପରେ ହୋଇଥିବା ଆକ୍ରମଣ ସମେତ ଚଳିତ ମାସରେ ଘଟିଥିବା ଆକ୍ରମଣ ପାଇଁ ଇସଲାମିକ ଷ୍ଟେଟ୍‌ (ଆଇଏସ) ନିଜକୁ ଦାୟୀ କରିଛି। ପ୍ରଶିକ୍ଷଣ ସଂସ୍ଥାଗୁଡ଼ିକ ଉପରେ ହୋଇଥିବା ଆକ୍ରମଣରେ ୫୦ ଜଣଙ୍କ ମୃତ୍ୟୁ ଘଟିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories