www.samajalive.in
Saturday, December 6, 2025
19.1 C
Bhubaneswar

ବନବିଭାଗ ଦ୍ୱାରା ୨ଟି ମୃତ ଓ ୩ଟି ଜୀବନ୍ତ ବିରଳ ଗରୁଡ଼ ପକ୍ଷୀ ଉଦ୍ଧାର

ନବରଙ୍ଗପୁର: ଡାବୁଗାଁ ରେଞ୍ଜ ବନ କର୍ମଚାରୀଙ୍କ ଦ୍ୱାରା ୫ଟି ବିରଳ ଗରୁଡ଼ ପକ୍ଷୀ ଉଦ୍ଧାର କରାଯାଇଛି। ତନ୍ମଧ୍ୟରୁ ୨ଟି ମୃତ ଓ ୩ଟି ଜୀବନ୍ତ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମାଝିଗୁଡା ଗ୍ରାମର ଜଣେ ବ୍ୟକ୍ତି ଘର ତିଆରି କରିବା ପାଇଁ ନିଜ ବାଡ଼ିରେ ଥିବା ଏକ ଶୁଖିଲା ଶଳପ ଗଛକୁ ହାଣି ସଫା କରିବା ସମୟରେ ଗଛରେ ଥିବା ୫ଟି ଗରୁଡ଼ ପକ୍ଷୀ ଶାବକ ମଧ୍ୟରୁ ୨ଟିର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନୋଟିକୁ ଜୀବିତ ଅବସ୍ଥାରେ ବ୍ୟକ୍ତି ଜଣକ ଉଦ୍ଧାର କରିଥିଲେ । ଏନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଜୀବିତ ପକ୍ଷୀଙ୍କୁ କଟା ଯାଇଥିବା ଗଛ କୋରଡ଼ ମଧ୍ୟରେ ଛାଡି ଦେଇ ବନ ବିଭାଗର କର୍ମଚାରୀମାନେ ଗଛ ନିକଟରେ ଅପେକ୍ଷା କରିଛନ୍ତି । ବର୍ତମାନ ବାର୍ଡ ଫ୍ଲୁର ଆତଙ୍କ ଥିବାରୁ ନବରଙ୍ଗପୁର ପଶୁ ଚିକିତ୍ସା ଅଧିକାରୀମାନଙ୍କ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ପକ୍ଷୀ ମୃତ୍ୟୁର କାରଣ ଜାଣିବା ପାଇଁ ମୃତ ଶାବକମାନଙ୍କୁ ଭୁବନେଶ୍ୱର ଲ୍ୟାବକୁ ପଠାଯିବ ବୋଲି କହିବା ସହ ଜୀବିତ ୩ ଗରୁଡ଼ ଶାବକମାନଙ୍କୁ ନେଇ ଜଙ୍ଗଲ ମଧ୍ୟରେ ଛାଡିଦେଇଥିବା କହିଛନ୍ତି ମଇଦଳପୁର ଫରେଷ୍ଟର ଉମାକାନ୍ତ ପଟନାୟକ। ଶାବକମାନଙ୍କ ମା’ ଗରୁଡ଼ ପକ୍ଷୀ ନିଜ ବସାକୁ ଫେରିବାର ଆଶଙ୍କା କରି ବନବିଭାଗ ତରଫରୁ ସଜାଗ ହୋଇ ରହିଥିବା ଜଣାପଡିଛି।

- Advertisement -

ଏପଟେ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗରୁଡ଼ ପକ୍ଷୀଙ୍କୁ ଭଗବାନ ବିଷ୍ଣୁଙ୍କ ବାହାନ ବୋଲି ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି । ଗରୁଡ଼ ପକ୍ଷୀ ଉଦ୍ଧାର ହୋଇଥିବା ଖବର ପ୍ରସାରିତ ପରେ ଗ୍ରାମବାସୀ ସେହି ଜାଗାରେ ରୁଣ୍ଡ ହୋଇ ଭିଡ଼ ଜମାଇବା ସହ ଲୋକେ ପୂଜାର୍ଚନା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories