www.samajalive.in
Saturday, December 6, 2025
23.1 C
Bhubaneswar

ବ୍ରାହ୍ମଣୀ ନଦୀକୂଳର ସୌନ୍ଦର୍ଯ୍ୟକରଣ ଯୋଜନା

ରାଉରକେଲା : ରାଉରକେଲା ସହର ରାଜ୍ୟରେ ଦ୍ୱିତୀୟ ସ୍ମାର୍ଟସିଟିର ମାନ୍ୟତା ପାଇବା ପରେ ସହରର ସାମଗ୍ରିକ ବିକାଶ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ବହୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହି ଯୋଜନା ମଧ୍ୟରେ ବ୍ରାହ୍ମଣୀ ନଦୀକୂଳ ସୌନ୍ଦର୍ଯ୍ୟକରଣ ଯୋଜନା ଥିଲା ଅନ୍ୟତମ। ରାଉରକେଲାର ଜନସାଧାରଣଙ୍କ ସହିତ ବାହାର ଅଂଚଳର ଲୋକଙ୍କ ପାଇଁ ଏହା ଏକ ପର୍ଯ୍ୟଟନ ପାଇଁ ଏକ ପ୍ରମୁଖ କେନ୍ଦ୍ର ହୋଇ ପାରିବ ବୋଲି ଆଶା କରାଯାଉଥିଲା। ପାଖରେ ବ୍ରାହ୍ମଣୀ ନଦୀ ଓ କିଛି ଦୂରରେ ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସ। ରାଉରକେଲା ସହର ସମେତ ବିଭିନ୍ନ ଅଂଚଳରୁ ଆସୁଥିବା ପର୍ଯ୍ୟଟକ ଗୋଟିଏ ପକ୍ଷରେ ଆଧ୍ୟାତ୍ମିକ ପର୍ଯ୍ୟଟନ ସହିତ ପ୍ରାକୃତିକ ପର୍ଯ୍ୟଟନର ସୁଯୋଗ ନେଇ ପାରିବେ ବୋଲି ଆଶା କରାଯାଉଥିଲା। ଏପରିକ ରାଉରକେଲା ମହାନଗରନିଗମ ପକ୍ଷରୁ ବିର୍ସା ମଇଦାନରେ ହୋଇଥିବା ବ୍ରାହ୍ମଣୀ ଉତ୍ସବକୁ ଏଠାରେ ଆୟୋଜନ ପାଇଁ ସେତେବେଳେ ପରିକଳ୍ପନା କରାଯାଇଥିଲା। ତେବେ ଜାଗା ଅଭାବରୁ ଏହି କାର୍ଯ୍ୟକ୍ରମ ବିର୍ସା ମଇଦାନରେ କରାଯାଇଥିଲା। ଏହି ଅଂଚଳକୁ ଲାଗି ରହିଥିବା ବଙ୍ଗଳାଟୋଲା ବସ୍ତି ଓ ଆଖପାଖ ବସ୍ତି ବାସିନ୍ଦାଙ୍କୁ ଆରଡିଏ ପକ୍ଷରୁ ପ୍ରସ୍ତାବିତ ସ୍ୱଳ୍ପ ଆୟକାରୀ ବାସଗୃହ ଯୋଜନାରେ ଥଇଥାନ ପାଇଁ ନିଷ୍ପତି ନିଆଯାଇଥିଲା। ପରବର୍ତୀ ଅବସ୍ଥାରେ ଏହି ଯୋଜନା ଧିମେଇ ଯାଇଥିଲା। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଉରକେଲା ସ୍ମାର୍ଟସିଟି ଲିମିଟେଡ଼ ପକ୍ଷରୁ ରୂପରେଖ ପ୍ରସ୍ତୁତ କରାଯାଇଛି ବୋଲି ସ୍ମାର୍ଟସିଟି ସିଇଓ ତଥା ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି। ୩୪ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା କାର୍ଯ୍ୟ ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ ହୋଇଛି। ବ୍ରାହ୍ମଣୀକ୍ଲବ ନିକଟସ୍ଥ ବ୍ରାହ୍ମଣୀନଦୀ କୁଳରୁ ପାନପୋଷ ବ୍ରାହ୍ମଣୀ ସେତୁ ପର୍ଯ୍ୟନ୍ତ ୭୫୦ ମିଟର ଅଂଚଳର ବିକାଶ ଓ ସୌନ୍ଦର୍ଯ୍ୟକରଣ କରାଯିବ। ଏହି ସ୍ଥାନରେ ଆକର୍ଷଣୀୟ ଖେଳ ପାଇଁ ରହିବ ବ୍ୟବସ୍ଥା। ୫ଟି ଭାଗରେ ଏହାକୁ ବିଭକ୍ତ କରାଯିବ। ଛୋଟ ହୋଟେଲ, ଖୋଲା ଥିଏଟର, ଉଦ୍ୟାନ, ନଦୀକୂଳରେ ଚାଲିବା ପାଇଁ ବ୍ୟବସ୍ଥା, ଲୋକଙ୍କ ପାଇଁ ସୁବିଧା, ଆଧ୍ୟାତ୍ମିକ ପରିବେଶ ପାଇଁ ଭିତ୍ତିଭୂମି, ମ୍ୟୁଜିକାଲ ଫାଉଣ୍ଡେସନ, ଏଲଇଡି ଆଲୋକୀକରଣ, ରଙ୍ଗବେରଙ୍ଗ ଖୋଲା ଦୋକାନ, ଆକର୍ଷଣୀୟ ନଦୀ ଘାଟ ଆଦିର ବ୍ୟବସ୍ଥା ରହିବ। ଏବେ ଏହା ଟେଣ୍ଡର ପ୍ରକିୟାରେ ରହିଛି। ରାଉରକେଲା ସହରରେ ଆଧ୍ୟାତ୍ମିକ ପର୍ଯ୍ୟଟନ ପୂର୍ବରୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି। ପ୍ରସିଦ୍ଧ ମନ୍ଦିର ଉଦ୍ୟାନ ଭାବେ ପରଚିତ ହନୁମାନ ବାଟିକା ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ସେହିପରି ସେକ୍ଟର-୩ ଜଗନ୍ନାଥ ମନ୍ଦିର ମଧ୍ୟ ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଭାବେ ଶ୍ରଦ୍ଧାଳୁଙ୍କ ପାଇଁ ଆକର୍ଷର କେନ୍ଦ୍ରବିନ୍ଦୁ ହୋଇଛି। ରାଉରକେଲା ସହର ସୀମନ୍ତରେ ଥିବା ଝିରପାଣି, ଭାଲୁଲତା ଆଦି ସ୍ଥାନ ନଦୀ କୂଳରେ ଥିବାରୁ ବଣଭୋଜି  ଓ ପର୍ଯ୍ୟଟନ ପାଇଁ ଖୋରାକ ଯୋଗାଇଛି। ଏବେ ରାଉରକେଲା ସହର ଓ ବ୍ରାହ୍ମଣୀ ନଦୀ କୂଳରେ ଏହି ଯୋଜନା କାର୍ଯ୍ୟକାରୀ ହେଲେ  ସମସ୍ତଙ୍କ ପାଇଁ ନଦୀକୂଳ ପର୍ଯ୍ୟଟନ ପାଇଁ ଏକ ସୁଯୋଗ ସୃଷ୍ଟି କରିବ। ତେବେ ଏହାର ବାସ୍ତବ କାର୍ଯ୍ୟାନ୍ୱୟନକୁ ସହରବାସୀଙ୍କ ଅପେକ୍ଷା ରହିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories