www.samajalive.in
Tuesday, December 9, 2025
15.1 C
Bhubaneswar

ମହାନତା ଦେଖାଇଲେ ଯୁକ୍ତ ଦୁଇ ଛାତ୍ର: ରାସ୍ତାରେ ପଡିଥିବା ଟଙ୍କା ଓ ମୋବାଇଲ ପାଇ ପର୍ଯ୍ୟଟକଙ୍କୁ ଫେରାଇଲେ

ଆରଡି: ମହାନତା ଦେଖାଇଲେ +୨ରେ ପଢୁଥିବା ଛାତ୍ର ତଥା ଭଦ୍ରକ ଜିଲା ଆରଡି ନିକଟସ୍ଥ ସୁନ୍ଦରପୁର ଗାଁ ସୁଦାମ ସାହୁ।
କଲେଜରୁ ଫେରୁଥିବା ବେଳେ ଭଦ୍ରକ ଆଖଣ୍ଡଳମଣି ମୁଖ୍ୟରାସ୍ତାରେ ଏକ ଭ୍ୟାନିଟି ବ୍ୟାଗ ପଡିଥିବା ଦେଖି ଉଠାଇଥିଲା ସୁଦାମ। ଭ୍ୟାନିଟି ବ୍ୟାଗରେ ବହୁଗୁଡିଏ ୫ଶହ ଟଙ୍କିଆ ନୋଟ ସହ ମୋବାଇଲ ଓ କେତେକ ଦରକାରୀ କାଗଜପତ୍ର ରହିଥିଲା। ବ୍ୟାଗ ଫେରାଇବା ପାଇଁ ଏଣେତେଣେ ଅନାଇଥିଲେ ମଧ୍ୟ ରାସ୍ତାରେ କେହି ନଥିଲେ। ଶେଷରେ ଭ୍ୟାନିଟିରେ ଥିବା ଫୋନରେ କଲ କରିବା ପାଇଁ ଚେଷ୍ଟା କରିଥିଲେ ସୁଦାମ। ହେଲେ ଫୋନଟି ସ୍ବିଚ୍‌ ଅଫ୍‌ ହୋଇଯାଇଥିବାରୁ ଲାଗି ନଥିଲା । ଶେଷରେ ଫୋନ ଚାର୍ଜ କରି ଲଗାଇବାରୁ ହଜାଇଥିବା ବ୍ୟକ୍ତି ଓ ତାଙ୍କ ସର୍ମ୍ପକୀୟ ତତକ୍ଷଣାତ୍‌ ପହଞ୍ଚିଥିଲେ ସୁଦାମଙ୍କ ଘରେ। ସେଠାରେ ସୁଦାମ ତାଙ୍କର ଭେନିଟବ୍ୟାଗ ଓ ସମେତ ଟଙ୍କା, ମୋବାଇଲ ଫେରାଇ ଦେଇଥିଲେ। ଆଜିର ସମାଜରେ କେତେକ ଲୋକ ପାଇଥିବା ଟଙ୍କା ଓ ମୋବାଇଲର ଲୋଭାଶକ୍ତ ହୋଇ ଫେରାଉ ନ ଥିବା ବେଳେ ସୁଦାମ ଏପରି ଭଲ କାର୍ଯ୍ୟ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଥିବା କହିଛନ୍ତି ଗାଁର ପୁରୁଖା ଲୋକ। ହଜାଇଥିବା ବ୍ୟକ୍ତି ଭଦ୍ରକର ଶୁଶାନ୍ତ ନାୟକ। ଆଜି ପବିତ୍ର ଶ୍ରାବଣମାସର ସୋମବାରରେ ମାନସିକ ପୂଜାର୍ଚ୍ଚନା ପାଇଁ ଆଖଣ୍ଡଳମଣିଙ୍କ ପୀଠକୁ ଆସିଥିବା କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories