+ଦୁଇ ବିଜ୍ଞାନ ଫଳ ଆଜି

0

ଭୁବନେଶ୍ୱର  : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‍ଏସ୍‍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଆସନ୍ତାକାଲି(ଶନିବାର) ପ୍ରକାଶ ପାଇବ। ସିଏଚ୍‍ଏସ୍‍ଇ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ଟାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଯୁକ୍ତ ଦୁଇ ବିଜ୍ଞାନ ଫଳ ଘୋଷଣା କରିବେ। ଏହାପରେ ସିଏଚ୍‍ଏସ୍‍ଇ ୱେବ୍‍ସାଇଟ୍‍ www.chseodisha.nic.in ଏବଂ www.orissaresults.nic.inରେ ପରୀକ୍ଷାଫଳ ଉପଲବ୍ଧ ହେବ। ଚଳିତ ବର୍ଷ ଛାତ୍ରଛାତ୍ରୀ ଓ ଅଭିଭାବକ ୱେବ୍‍ସାଇଟ୍‍ରୁ ପରୀକ୍ଷାଫଳ ଜାଣିବା ପାଇଁ ରୋଲ୍‍ ନମ୍ବର ଓ ରେଜିଷ୍ଟ୍ରେସନ୍‍ ନମ୍ବର ବ୍ୟବହାର କରିବାକୁ ପଡ଼ିବ ବୋଲି ପରିଷଦର ପରୀକ୍ଷା ଉପନିୟନ୍ତ୍ରକ ଡ.ପ୍ରବୋଧ କୁମାର ପଣ୍ଡା ସୂଚନା ଦେଇଛନ୍ତି।
ଚଳିତ ବର୍ଷ ୧୫୨୨ଟି ଜୁନିୟର କଲେଜର ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଗୁଲାର୍‍ ଏବଂ ଏକ୍ସରେଗୁଲାର୍‍ ବିଭାଗରେ ମୋଟ ୩,୬୫, ୮୨୬ଜଣ ଛାତ୍ରଛାତ୍ରୀ ୧୧୦୪ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ସେଥିମଧ୍ୟରୁ ୯୬,୧୭୫ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଛନ୍ତି। ଚଳିିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପ୍ରତ୍ୟେକ ବିଷୟର ଇ-ମୂଲ୍ୟାୟନ କରାଯାଇଥିଲା। ଥିଓରି ପରୀକ୍ଷା ପୂର୍ବରୁ ପ୍ରାକ୍ଟିକାଲ୍‍ ଖାତାଦେଖା ସରିଥିଲା। ସିବିଏସ୍‍ଇ ଢାଞ୍ଚାରେ ପ୍ରସ୍ତୁତ ହୋଇଥିବା ପାଠ୍ୟକ୍ରମ ଅନୁଯାୟୀ ପରୀକ୍ଷା ହୋଇଥିବାରୁ ଏଥର ପାସ୍‍ହାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Leave A Reply