ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୨୫ରେ ପହଞ୍ଚିଲା ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା
ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୨୫ରେ ପହଞ୍ଚିଛି । ମଙ୍ଗଳବାର ମୃତ୍ୟୁ ବରଣ କରିଥିବା ଦୁଇ ମୃତକ ଗଞ୍ଜାମ ଜିଲାର ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ମୃତ୍ୟୁ ବରଣ କରିଥିବା ଦୁଇ ଜଣ ମହିଳା ବୋଲି ଜଣାପଡିଛି। ଜଣଙ୍କର ବୟସ ୪୮ ହୋଇଥିବା ବେଳେ ଅନ୍ୟଜଣଙ୍କ ବୟସ ୩୯ ବୋଲି ଜଣାପଡିଛି। ଉଭୟ କ୍ରୋନିକ କିଡିନୀ ଜନିତ ରୋଗ ସହ କରୋନା ମହାମାରୀରେ ସଂକ୍ରମିତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
Regret to report the death of two Covid positive patients of Ganjam district while under treatment in hospital.
One was a 48-year old female and the other a 39-year old female who was also suffering from Chronic Kidney Disease.
— H & FW Dept Odisha (@HFWOdisha) June 30, 2020
ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୫ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ସେଥିମଧ୍ୟରୁ ଗଞ୍ଜାମ ଜିଲାରେ ସର୍ବାଧିକ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି କଟକ ଜିଲାରୁ ୪, ଖୋର୍ଦ୍ଧା ଜିଲାରୁ ୫, ପୁରୀ ଜିଲାରୁ ଜଣେ, ବରଗଡ ଜିଲାରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଛି ।
Comments are closed.