୭ ଲକ୍ଷ ୨୦ହଜାର ଟଙ୍କା ଆତ୍ମସାତ ଅଭିଯୋଗ, ୨ ଭାଇ ଗିରଫ

ନୂଆପଡ଼ା: ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ୨ ଭାଇ ଗିରଫ ହୋଇଥିବା ସୂଚନା ମିଳିଛି। ସିନାପାଲି ବ୍ଲକ ଘୁଚାଗୁଡ଼ା ପିଇଓ ସତ୍ୟବ୍ରତ ବରାଳ ଏବଂ ତାଙ୍କ ଭାଇ ଗିରଫ ହୋଇଛନ୍ତି। ୭ଲକ୍ଷ ୨୦ହଜାର ଟଙ୍କା ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ସିନାପାଲି ବ୍ଲକ ଘୁଚାଗୁଡ଼ା ପିଇଓ ସତ୍ୟବ୍ରତ ବରାଳ ଏବଂ ତାଙ୍କ ଭାଇଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଭାଇ କୁରେଶ୍ୱର ସରପଞ୍ଚଙ୍କ ପୁଅ ବୋଲି ଜଣାପଡ଼ିଛି।

କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତ ସରପଞ୍ଚ ଓ ପିଇଓଙ୍କ ସହ ମିଶି ସେମାନେ ସରକାରୀ ଅର୍ଥ ଆତ୍ମସାତ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଷ୍ଟ୍ରିଟ ଲାଇଟ ଏବଂ ପାର୍କରେ ଜିମ୍‌‌ ଉପକରଣ ନ ଲଗାଇ ସରକାରୀ ଅର୍ଥ ଆତ୍ମସାତ କରିଥିବା ଘଟଣାରେ ତଦନ୍ତ ଜାରି ରହିଛି ବୋଲି ଭିଜଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.