www.samajalive.in
Sunday, December 7, 2025
14.1 C
Bhubaneswar

ବଜେଟ୍‍ ଅଧିବେଶନ ; ସବୁ କଚ୍ଚାଘରକୁ ପକ୍କା ଘର କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ – ରାଜ୍ୟପାଳ

ଭୁବନେଶ୍ୱର : ଆଜି ଠାରୁ ରାଜ୍ୟ ବିଧାନସଭାର ବଜେଟ୍‍ ଅଧିବେଶନ ଆରମ୍ଭ । ଅଧିବେଶନ ଆରମ୍ଭରେ ରାଜ୍ୟପାଳ ନିଜ ଅଭିଭାଷଣ ଦେଇଛନ୍ତି। ଅଭିଭାଷଣରେ କହିଛନ୍ତି,ବର୍ତ୍ତମାନ ଓଡିଶା ଏକ ବିଦ୍ୟୁତ ବଳକା ରାଜ୍ୟ ହୋଇପାରିଛି। କୋଭିଡରେ ଲୋକଙ୍କୁ କାମ ଦେବାକୁ ୨୧ କୋଟି ଶ୍ରମ ଦିବସ କରାଯାଇଛି। କର୍ମସଂସ୍ଥାନ ହରାଇଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ପ୍ୟାକେଜ ଘୋଷଣା ହୋଇଛି। ଚାଷୀମାନଙ୍କୁ କାଳିଆ ଯୋଜନାରେ ସହାୟତା ଯୋଗାଇ ଦିଆଯାଉଛି। ୨୦୨୦-୨୧ରେ ୫୭ ଲକ୍ଷ ଚାଷୀ ପରିବାରକୁ ସହାୟତା ମିଳିଛି। ବଳରାମ ଯୋଜନାରେ ଭୂମିହୀନ,ଭାଗଚାଷୀଙ୍କୁ ସହାୟତା ଦିଆଯାଉଛି। ଚାଷୀଙ୍କୁ ୫୦ ହଜାର ପର୍ଯ୍ୟନ୍ତ ଋଣ ବିନାସୁଧରେ ଦିଆଯାଉଛି।
ସବୁ କଚ୍ଚାଘରକୁ ପକ୍କା ଘର କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ବିଜୁ ପକ୍କା ଘର ଯୋଜନାରେ ୩୧ ଲକ୍ଷ ପକ୍କା ଘର ଦିଆଗଲାଣି। ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ଘର ମରାମତି ସହାୟତା ମିଳିଛି। ମରାମତି ପାଇଁ ହିତାଧିକାରୀ ପିଛା ୩ ହଜାର ଟଙ୍କା ପ୍ରଦାନ କରାଯାଇଛି। ମରାମତି ବାବଦରେ ମୋଟ ୧୪୪୦ କୋଟି ଟଙ୍କା ବ୍ୟୟ କରାଯାଇଛି। ମହିଳାଙ୍କୁ ସଶକ୍ତ କରିବାକୁ ମିଶନ ଶକ୍ତିକୁ ତ୍ୱରାନ୍ୱିତ କରାଯାଇଛି। ରାଜ୍ୟରେ ୬ ଲକ୍ଷ ଏସଏଚଜିରେ ୧୭ ଲକ୍ଷରୁ ଅଧିକ ସଦସ୍ୟା ରହିଛନ୍ତି।
ସେହିପରି ଭାରତୀୟ ଜଙ୍ଗଲ ରିପୋର୍ଟ ଅନୁସାରେ ଓଡିଶାରେ ୫୩୭ କିମି ଜଙ୍ଗଲ ବୃଦ୍ଧି ପାଇଛି। ଦେଶର ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ଏ କ୍ଷେତ୍ରରେ ୩ୟ ହୋଇଛି। ଐତିହ୍ୟ, ସଂସ୍କୃତି ସୁରକ୍ଷା ପାଇଁ ଆଦର୍ଶ ବରପୁତ୍ର ଗ୍ରାମ ପ୍ରତିଷ୍ଠା ହେବ। ବରପୁତ୍ର ଗ୍ରାମ ପାଇଁ ୧୧୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ତାଲିକା ସଂକଳିତ ହୋଇଛି।
୨୦୨୧ରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି। ରାଜ୍ୟରେ ବାମପନ୍ଥୀ ଉଗ୍ରବାଦକୁ ଦୃଢତାର ସହ ଦମନ କରାଯାଇଛି। ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲା ସଂଖ୍ୟା ୨୧ରୁ ଖସି ୧୦ରେ ପହଞ୍ଚିଛି। ପୁଲିସ ପଦକ୍ଷେପ ପାଇଁ ପ୍ରାୟ ୫୮ ମାଓବାଦୀ ନିହତ ହୋଇଛନ୍ତି। ୧୯୪ ମାଓବାଦୀଙ୍କୁ ଗିରଫ କରାଯାଇଛି। ୧୦୮ ଜଣ ଆତ୍ମସମର୍ପଣ କରିଛନ୍ତି। ୨୦୨୧ରେ ୨୬୭ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ନାଁରେ ମାମଲାରେ ୧୫୧ ଅନୈତିକ,ଅପାରଗ,ଅସାଧୁ କର୍ମଚାରୀଙ୍କୁ ବିଦା କରାଯାଇଛି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories