www.samajalive.in
Monday, December 15, 2025
16.1 C
Bhubaneswar

ଏଣିକି ଟିଭିରେ ପଢ଼ିବେ + ୨ କଳା ଛାତ୍ରଛାତ୍ରୀ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା ପାଠ୍ୟକ୍ରମର ଛାତ୍ରଛାତ୍ରୀ ଦୂରଦର୍ଶନ ଜରିଆରେ ପାଠପଢିବେ। ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମର ପାଠପଢା ଭିଡିଓ ଟିଭିରେ ପ୍ରସାରଣ କରାଯିବ। ପ୍ରାରମ୍ଭିକ ପର୍ୟ୍ୟାୟରେ କଳା ପାଠ୍ୟକ୍ରମର ୬ଟି ବିଷୟ ପ୍ରସାରଣ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ବୃନ୍ଦାବନ ବେହେରା ସୂଚନା ଦେଇଛନ୍ତି। ପୂର୍ବରୁ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମର ଭିଡିଓ ଦୂରଦର୍ଶନରେ ପ୍ରସାରଣ ହେଉଥିଲା। ଯୁକ୍ତ ଦୁଇ କଳା ପାଠ୍ୟକ୍ରମରେ ୬୮ % ଛାତ୍ରଛାତ୍ରୀ ପାଠପଢୁଛନ୍ତି। ତେବେ ଏହି ଛାତ୍ରଛାତ୍ରୀଙ୍କ ପାଇଁ ଦୂରଦର୍ଶନରେ ପାଠପଢାଯିବ। ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ରାଜ୍ୟର ମୋଟ ୨୦୩୨ କନିଷ୍ଠ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷରେ ମୋଟ ୨ ଲକ୍ଷ ୨୧ ହଜାର ଛାତ୍ରଛାତ୍ରୀ ପାଠପଢୁଛନ୍ତି। ସବୁ ଅଞ୍ଚଳରେ ଇଣ୍ଟରନେଟ୍‌ ସୁବିଧା ନଥିବାବେଳେ ବିଦ୍ୟାର୍ଥୀଙ୍କ ପାଖରେ ସ୍ମାର୍ଟଫୋନ୍‌ ନଥିବାରୁ ଅନ୍‌ଲାଇନ୍‌ ପାଠପଢା ବିଫଳ ହୋଇଛି।

- Advertisement -

ପ୍ରାରମ୍ଭିକ ପର୍ୟ୍ୟାୟରେ ଯୁକ୍ତ ଦୁଇ ରାଜନୀତି ବିଜ୍ଞାନ, ଇତିହାସ, ଇଛାଧୀନ ଓଡ଼ିଆ, ଅର୍ଥନୀତି, ତର୍କଶାସ୍ତ୍ର ଓ ଶିକ୍ଷା ବିଷୟର ପାଠ୍ୟକ୍ରମ ଦୂରଦର୍ଶନରେ ପ୍ରସାରଣ କରାଯିବ। କଟକସ୍ଥିତ ବିଜୁ ପଟ୍ଟନାୟକ ଫିଲ୍ମି ଆଣ୍ଡ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଓ ଭୁବନେଶ୍ବର ଓଡ଼ିଶା ସ୍ପେସ୍‌ ଆପ୍ଲିକେସନ୍‌ ସେଣ୍ଟର (ଓଆରଏସ୍‌ଏସି)ଠାରେ ରାଜ୍ୟର ଅଭିଜ୍ଞ ଅଧ୍ୟାପକଙ୍କ ଦ୍ବାରା ରେକଡିଂ ଶେଷ ହୋଇଛି। ଅଭିଜ୍ଞତା ସମ୍ପନ୍ନ ବିଶେଷଜ୍ଞମାନେ ଏହି ଭିଡିଓକୁ ଯାଞ୍ଚ କରିବେ। ଯାଞ୍ଚ କରିସାରିବା ପରେ ଏହାକୁ ପ୍ରସାରଣ କରାଯିବ। ଚଳିତ ମାସଠାରୁ ଦୂରଦର୍ଶନ ଜରିଆରେ ଯୁକ୍ତ ଦୁଇ କଳା ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମ ପ୍ରସାରଣ କରାଯିବ ବୋଲି ଜଣାପଡ଼ିଛି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories