www.samajalive.in
Monday, December 15, 2025
16.1 C
Bhubaneswar

ସ୍ବପ୍ନାଦେଶ ପରେ ସୁନାର ଶିବ-ପାର୍ବତୀ ମୂର୍ତ୍ତି ଉଦ୍ଧାର

ବରଗଡ଼: ନୂଆପଡ଼ା ଜିଲାର କୋମନା ବ୍ଳକର ଦେବଦରହା ପଞ୍ଚାୟତର ମାଟିତଳୁ ମିଳିଛି ସା‌ଢ଼େ ୫ କିଲୋ ଓଜନ ସୁନାର ଏକ ଦୁର୍ଲଭ ଶିବପାର୍ବତୀ ମୂର୍ତ୍ତି। ମୂର୍ତ୍ତିଟି ପ୍ରାୟ ୧୩୦୦ ବର୍ଷ ପୁରୁଣା ଓ ଏହା ସପ୍ତମ ଶତାବ୍ଦୀର ହୋଇଥିବା ଅନୁମାନ କରାଯାଉଛି। ସ୍ୱର୍ଣ୍ଣ ମୂର୍ତ୍ତିର ଓଜନ ପାଞ୍ଚ କେଜି ଥିବାବେଳେ ଉଚ୍ଚତା ଅଢ଼େଇ ଫୁଟ ଓ ମୋଟେଇ ଦେଢ଼ ଫୁଟ ରହିଛି। କେବଳ ସୁନାର ବଜାର ମୂଲ୍ୟ ଆକଳନ କଲେ ମୂର୍ତ୍ତିଟିର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ; ମାତ୍ର ଏହି ମୂର୍ତ୍ତିଟିର ବିରଳ ତଥା ପ୍ରାଚୀନ ହୋଇଥିବାରୁ ଏହା ଅତ୍ୟନ୍ତ ଦୁର୍ମୂଲ୍ୟ ଏବଂ ପ୍ରତ୍ନତତ୍ତ୍ବ ଦୃଷ୍ଟିରୁ ମହତ୍ତ୍ବପୂର୍ଣ୍ଣ। ତେଣୁ ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ବହୁ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତେବେ ନଭେମ୍ବର ୯ ତାରିଖରେ ଏହି ମୂର୍ତ୍ତିଟି ଉଦ୍ଧାର କରାଯାଇଥିଲେ ମଧ୍ୟ ଗଣମାଧ୍ୟମ ନଜରକୁ ଆସିପାରିନି। ମିଳିଥିବା ସୂଚନା ଅନୁଯାୟୀ, ଏଭଳି ଦୁର୍ଲଭ ମୂର୍ତ୍ତିଟିକୁ ଗ୍ରାମବାସୀ ଏକ ସେଠାକାର ଜଙ୍ଗଲରେ ରଖି ପୂଜା କରୁଛନ୍ତି।

ଖଡ଼ିଆଳ ମହାରାଜା ତଥା ପ୍ରତ୍ନତତ୍ବବିତ୍‌ ଜିତାମିତ୍ର ପ୍ରସାଦ ସିଂହଦେଓଙ୍କ ସୂଚନା ଅନୁସାରେ କୋଶଳର ଏହି ଅଞ୍ଚଳର ଭୂଗର୍ଭରେ ଏକ ସମ୍ପୃଦ୍ଧ ଇତିହାସ ଓ ସଭ୍ୟତା ରହିଛି। ଏହାର କିଛି ଅଂଶ ମାରାଗୁଡ଼ା ଜଳଭଣ୍ଡାରରେ ସଲିଳ ସମାଧି ଲଭିଛି। ଅବଶିଷ୍ଟ ଯାହା ବି ରହିଛି ସେ ସମ୍ପର୍କରେ ଏବେ ବି ଗବେଷଣା ହୋଇନାହିଁ। ଦୀର୍ଘବର୍ଷ ପୂର୍ବରୁ ଧରାଭଟା ଗ୍ରାମର ଆଦିବାସୀ ପୁଜକ ଚନ୍ଦ୍ରମଣି ଧରୁଆ ତାଙ୍କ ଗ୍ରାମ ନିକଟରେ ମହାଦେବ ସ୍ୱର୍ଣ୍ଣମୂର୍ତ୍ତି ରୂପରେ ଥିବା ନେଇ ସ୍ବପ୍ନ ଦେଖିଥିଲେ। ଏ ସମ୍ପର୍କରେ ସେ ଜିତାମିତ୍ର ପ୍ରସାଦ ସିଂହଦେଓଙ୍କୁ ଅବଗତ କରିଥିଲେ। ସେ ଚନ୍ଦ୍ରମଣିଙ୍କୁ ନିଷ୍ଠାପର ଭାବରେ ମହାଦେବଙ୍କ ମୂର୍ତ୍ତି ଖୋଜିବାକୁ ପରାମର୍ଶ ଦେଇଥିଲେ। କିଛିଦିନ ତଳେ ପତି ଡ଼ଙ୍ଗରର ପାଦଦେଶରେ ସେ ତାଙ୍କର ସହଯୋଗୀଙ୍କ ସହ ମାଟି ଖୋଳିବା ସମୟରେ ମହାଦେବଙ୍କ ମୂର୍ତ୍ତି ପାଇଥିଲେ। ଏହାପରେ ସେ ମୂର୍ତ୍ତିକୁ ନେଇ ଜିତାମିତ୍ର ପ୍ରସାଦ ସିଂହ ଦେଓଙ୍କ ନିକଟକୁ ଯାଇଥିଲେ। ସେ ମୂର୍ତ୍ତିଟି ସପ୍ତମ ଶତାବ୍ଦୀରେ ଦକ୍ଷିଣ କୋଶଲରେ ରାଜତ୍ୱ କରୁଥିବା ପାଣ୍ଡୁବଂଶୀ ରାଜା ମହାଶିବଗୁପ୍ତ ବାଳାର୍ଜୁନଙ୍କ ଶାସନ ସମୟର ବୋଲି ଚିହ୍ନଟ କରିଥିଲେ।

- Advertisement -

ଏହି ଅଞ୍ଚଳରୁ ପୂର୍ବରୁ ବହୁ ଶିଳାଲିପି ଓ ତାମ୍ରପଟ୍ଟା ଆଦି ଉଦ୍ଧାର କରାଯାଇଛି। ଯେଉଁଥିରେ ଶୈବଧର୍ମ ତଥା ଶୈବତନ୍ତ୍ରର ଝଳକ ରହିଛି। ନୂଆପଡ଼ା ଅଞ୍ଚଳର ଭୂଗର୍ଭରେ ଏବେ ବି ବହୁ ସମୃଦ୍ଧ ଇତିହାସ ଓ ସଂସ୍କୃତି ଦୃଷ୍ଟି ଆଢୁଆଳରେ ରହିଛି। ରାଜ୍ୟ ତଥା କେନ୍ଦ୍ର ସରକାର ଏହି ଅଞ୍ଚଳର ପ୍ରତ୍ୱତାତ୍ତ୍ୱିକ ଖନନ ସହ ତହିଁର ସୁରକ୍ଷା କରିବା ପାଇଁ ମହାରାଜା ଜିତାମିତ୍ର ପ୍ରସାଦ ସିଂହ ଦେଓ ଦାବି ଜଣାଇଛନ୍ତି। ଜିତାମିତ୍ର ପ୍ରସାଦ ସିଂହ ଦେଓ ଦକ୍ଷିଣ କୋଶଳ ସମ୍ପର୍କରେ ବିସ୍ତୃତ ରୂପେ ଗବେଷଣା କରିଛନ୍ତି। ଦକ୍ଷିଣ କୋଶଳ ସମ୍ପର୍କରେ ତାଙ୍କ ରଚିତ ଗବେଷଣାତ୍ମକ ପୁସ୍ତକ ‘ଆର୍କିଓଲୋଜି ଅଫ ଓଡ଼ିଶା : ୱିଥ୍‌ ସ୍ପେଶାଲ ରେଫେରେନ୍ସ ଟୁ ନୂଆପଡ଼ା ଏଣ୍ଡ କଳାହାଣ୍ଡି’, ‘ଦ ନିଉ ଏସପେକ୍ଟ ଅଫ ହିଷ୍ଟ୍ରି ଏଣ୍ଡ କଲ୍‌ଚର ଅଫ୍‌ ସାଉଥ କୋଶଳ’, ୧୯୮୭ରେ ପ୍ରକାଶିତ ‘କଲ୍‌ଚରାଲ ପ୍ରୋଫାଇଲ ଅଫ୍‌ ସାଉଥ୍‌ କୋଶଳ’, ‘ଦ ତାନ୍ତ୍ରିକ ହେଡ଼ୁଇଜମ ଅଫ ମହାନଦୀ ଭେଲି (ଉଡ୍ଡିୟନ ପୀଠ), ‘ଏ ୟୁନିକ୍‌ ଷ୍ଟାର ସେପଡ଼ ସିଦ୍ଧେଶ୍ବର ଟେମ୍ପଲ ପଲାରି କୋଶଲ’ ଏବଂ ‘ପଲିଟିକାଲ ହିଷ୍ଟ୍ରି ଅଫ୍‌ ସୋମବଂଶୀଜ୍‌ କିଙ୍ଗ୍‌ ଅଫ୍‌ ସାଉଥ୍‌ କୋଶଳ ଏଣ୍ଡ ଓଡ଼ିଶା’ ଆଦି ଐତିହାସିକ ପୁସ୍ତକ ରହିଛି।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories