www.samajalive.in
Saturday, December 13, 2025
21.1 C
Bhubaneswar

ଲିଙ୍ଗ ନିରୂପଣକାରୀଙ୍କ ସୂଚନା ଦେଲେ ଦଶହଜାର ପୁରସ୍କାର

ଛତ୍ରପୁର: ଲିଙ୍ଗ ନିରୂପଣ ସୂଚନା ଦେଲେ ସଂପୃ୍କ୍ତ ସୂଚନାଦାତାଙ୍କୁ ଦଶହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଗର୍ଭଧାରଣ ନିଦାନ କୌଶଳ ଅଧିନିୟମ ଜିଲା ପରାମର୍ଶଦାତା କମିଟି ବୈଠକରେ ଏଭଳି ଘୋଷଣା କରାଯାଇଛି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କନ୍ୟାଭ୍ରୃଣ ହତ୍ୟା ରୋକିବା ଦିଗରେ ନିଆଯାଉଥିବା ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ସହ ସେସବୁ ଅନୁପାଳନ ନିମନ୍ତେ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି। ଲିଙ୍ଗ ନିରୂପଣ ରୋକିବା ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ଏ ସମ୍ପର୍କରେ ସୂଚନା ଦେଉଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯାଇ ଦଶହଜାର ଟଙ୍କା ପୁରସ୍କାର ବାବଦରେ ଶିଶୁ ବିକାଶ ଯୋଜନା ପକ୍ଷରୁ ପ୍ରଦାନ କରାଯିବ ବୋଲି ଜିଲାପାଳ ଏହି ଅବସରରେ ଘୋଷଣା କରିଥିଲେ।

କ୍ଲିନିକଗୁଡିକର ପଞ୍ଜୀକରଣ ନବୀକରଣ ଓ ନୂତନ ଭାବେ କ୍ଲିନିକ୍ ଖୋଲିବା ସକାଶେ ଆବେଦନ କରିଥିବା କ୍ଲିନିକ ସମ୍ପର୍କରେ ଯିକିନିଖି ଯାଞ୍ଚ କରି ସେମାନଙ୍କ ଆବେଦନର ଶୁଣାଣୀ ଦିଗରେ ପଦେକ୍ଷପ ନେବାକୁ କୁହାଯାଇଛି। କ୍ଲିନିକଗୁଡିକରେ ଗର୍ଭଧାରଣ ପୂର୍ବ ଓ ପରର ନିଦାନ କୌଶଳ ଅଧିନିୟମ-୧୯୯୪ର ଅନୁପାଳନ ହେଉଛି ନା ନାହିଁ ତାହା କମିଟି ଦ୍ୱାରା ଯାଞ୍ଚ କରିବାକୁ ଜିଲାପାଳ କହିଛନ୍ତି। ମୋ ଗେହ୍ଲା ଝିଅ କାର୍ୟ୍ୟକ୍ରମ ଉପରେ ସଚେତନତା ସୃଷ୍ଟି କରାଯିବା ସହ ଶିଶୁ ଲିଙ୍ଗ ଅନୁପାତ ସନ୍ତୁଳନ ରକ୍ଷା କରିବାକୁ ବୈଠକରେ ଆଲୋଚନା ହୋଇଛି।

- Advertisement -

ଚଳିତ ବର୍ଷ ସବୁ ପଞ୍ଚାୟତରେ କୋଭିଡ ନିୟମ ଅନୁସାରେ ଶିଶୁ ଦିବସ ପାଳନ କରାଯିବ। ଏହି ଦିନ ଗ୍ରାମର କିଶୋରୀ ବାଳିକାଙ୍କ ଘରକୁ ଯାଇ ସେମାନଙ୍କୁ ପୁଷ୍ପ ପ୍ରଦାନ କରାଯାଇ ଅଭିଭାବକଙ୍କ ମଧ୍ୟରେ ଶିଶୁ କନ୍ୟା ନିମନ୍ତେ ପ୍ରୋତ୍ସାହନ ଦିଆଯିବ। ଗର୍ଭବତୀଙ୍କ ତଥ୍ୟ ସଂଗ୍ରହ କରାଯିବ। ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସହାୟତା ରାଶି ଓ ସେବା ସେମାନଙ୍କଠାରେ ଉପଲବ୍ଧ ହୋଇପାରୁଛି ନା ନାହିଁ ତାହା ଟିମ୍ ଦ୍ୱାରା ଯାଞ୍ଚ କରାଯିବ। ମାତୃ ଓ ଶିଶୁ ସଂଯୋଜକ ଶକ୍ତି କୁମାର ଦିଗାଲ୍ ବୈଠକର ଆଲୋଚ୍ୟ ବିଷୟବସ୍ତୁ ଉପସ୍ଥାପନା କରିଥିଲେ। ଅତିରିକ୍ତ ଜିଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା. ଭି. ସରୋଜିନୀ ଦେବୀ, ଜିଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡା. ଆର.ଜଗଦୀଶ ପଟ୍ଟନାୟକ, ଡା. ଭବାନୀଶଙ୍କର ମିଶ୍ର , ଶିଶୁ ସୁରକ୍ଷା ଅଧିକାରୀ ସୁବାସ କୁମାର ସ୍ୱାଇଁ , ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା , ସମାଜସେବୀ ଗୀତାରାଣୀ ସ୍ୱାଇଁ , ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅଭିନାଶ ଶତପଥୀ , ଡେପୁଟିକଲେକ୍ଟର ସୌଭାଗ୍ୟ କୁମାର ଗୌଡ, ଛତ୍ରପୁର ଡ୍ରଗ ଇନିସପେକ୍ଟର ଲଳିତକୁମାର ସାହୁ, ଗଂଜାମ ରେଞ୍ଜ ଡ୍ରଗ୍ ଇନିସପେକ୍ଟର ପ୍ରସନ୍ନ କୁମାର ମଲ୍ଲିକ , ବ୍ରହ୍ମପୁର ଡ୍ରଗ୍ ଇନିସପେକ୍ଟର ଦେବାଶିଷ ଖିଲ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories