www.samajalive.in
Saturday, December 13, 2025
21.1 C
Bhubaneswar

୧୬ରେ ନୀତୀଶଙ୍କ ଶପଥ

ପାଟନା: ବିହାର ବିଧାନସଭା ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ନୀତୀଶ କୁମାର ସପ୍ତମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ ନଭେମ୍ବର ୧୬ (ସୋମବାର) ନୀତୀଶ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହା ସହିତ ସରକାର ଗଠନ ନେଇ ନୀତୀଶଙ୍କ ନେତୃତ୍ବ ଜେଡିୟୁର ନେତାମାନେ ଗୁରୁବାର ରାତିରେ ବିଜେପି ନେତାମାନଙ୍କ ସହିତ ଆଲୋଚନା କରିଥିଲେ। ବିଜେପି, ଜେଡିୟୁ ବ୍ୟତୀତ ଜିତନ ରାମ ମାନଝିଙ୍କ ହାମ ଓ ମୁକେଶ ଶର୍ମାଙ୍କ ଭିଆଇପି ଏନଡିଏର ଅଂଶୀଦାର ଥିବାରୁ ସମସ୍ତଙ୍କୁ ନେଇ କିପରି ସରକାର ଗଠନ କରାଯିବ ସେସମ୍ପର୍କରେ ଆଲୋଚନା ହୋଇଛି। ନିର୍ବାଚନରେ ବିଜେପି ୭୪ଟି ଆସନରେ ବିଜୟୀ ହୋଇଥିବାବେଳେ ଜେଡିୟୁ ୪୩, ହାମ୍ ଓ ଭିଆଇପି ୪ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ହେବା ସମ୍ପର୍କରେ ନୀତୀଶ କହିଛନ୍ତି ଯେ ଏହି ପଦ ପାଇଁ ସେ କୌଣସି ଦାବି କରି ନଥିଲେ। ନିର୍ବାଚନ ପୂର୍ବରୁ ଏନଡିଏ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିଥିଲା। ତେଣୁ ଏନଡିଏ ଏବେ ଯାହା ନିଷ୍ପତ୍ତି ନେବ ତାହା ସମସ୍ତେ ଗ୍ରହଣ କରିବେ। ନିର୍ବାଚନରେ ବିଜୟୀ ପରେ ନୀତୀଶ ଗଣମାଧ୍ୟମକୁ ଦେଇଥିବା ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ଯେ ଏନଡିଏକୁ ଲୋକେ ନିର୍ବାଚିତ କରିଛନ୍ତି ତେଣୁ ଏହା ସରକାର ଗଠନ କରିବ। ନୀତୀଶ ସ୍ବୀକାର କରିଛନ୍ତି ଯେ ଚିରାଗ ପାଶ୍ବାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ତାଙ୍କ ଦଳ ଜେଡିୟୁକୁ ନିର୍ବାଚନରେ କ୍ଷତି ପହଞ୍ଚାଇଛି। ଏଲ୍‌ଜେପିର ଏପରି କାର୍ୟ୍ୟ ପାଇଁ ଏହା ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ସେ ଦାବି କରିବେ କି ପ୍ରଶ୍ନର ଉତ୍ତରରେ ନୀତୀଶ କହିଛନ୍ତି ଯେ ଏ ସମ୍ପର୍କରେ ବିଜେପି ଯାହା ନିଷ୍ପତ୍ତି ନେବ। ଏଲ୍‌ଜେପି କେନ୍ଦ୍ର ସରକାରରେ ଏନଡିଏର ଅଂଶୀଦାର ରହିଛି। ଏଲଜେପିକୁ କେନ୍ଦ୍ର ସରକାରରୁ ବହିଷ୍କାର ପୂର୍ବକ ଏହା ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାର ନିଷ୍ପତ୍ତି ବିଜେପି ଉପରେ ନିର୍ଭର କରେ ବୋଲି ନୀତୀଶ କହିଛନ୍ତି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories