www.samajalive.in
Saturday, December 13, 2025
21.1 C
Bhubaneswar

ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ୍‌ରେ ଗୁଜୁରାଟୀ ଝିଅଙ୍କ ଲମ୍ବା କେଶ (ଦେଖନ୍ତୁ ଭିଡିଓ)

https://youtu.be/H3IgbLYZoT4

ଯୁବତୀ ଓ ମହିଳାଙ୍କ ଲମ୍ବା, ଘନ କେଶ ପ୍ରତି ଅହେତୁକ ଦୁର୍ବଳତା। ବର୍ତ୍ତମାନ ସମୟରେ ପାଣିପାଗ ପରିବର୍ତ୍ତନ, ଖାଦ୍ୟପାନୀୟ ଅନିୟମିତତା ସହ କାମର ଚାପ କାରଣରୁ ଅଧିକାଂଶଙ୍କ କେଶଝଡ଼ା ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି। ନିକଟରେ ଜଣେ ଭାରତୀୟ କିଶୋରୀ ନିଜ ଲମ୍ବା କେଶ ପାଇଁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଗୁଜୁରାଟ୍‌ ନିବାସୀ ୧୭ ବର୍ଷୀୟା ନୀଳାଂଶୀ ପଟେଲ ଏବେ ଦ୍ବାଦଶ ଶ୍ରେଣୀର ଛାତ୍ରୀ। ତାଙ୍କ କେଶର ଲମ୍ବ ୧୯୦ ସେଣ୍ଟିମିଟର, କେଶ କାଟିବାକୁ ସେ ସମ୍ପୂର୍ଣ୍ଣ ଭାବେ ଅନିଚ୍ଛୁକ। କେଶର ଯତ୍ନ ବାବଦରେ ନୀଳାଂଶୀଙ୍କ ଉତ୍ତର ବେଶ୍ ମଜାଦାର୍।

- Advertisement -

ଏହି ଲମ୍ବା କେଶ ତାଙ୍କ ମଥାରେ ଅଛି, ହେଲେ ଦାୟିତ୍ବ ମା’ଙ୍କ ଉପରେ। ନିୟମିତ ମା’ ଏକ ଘରୋଇ ତେଲରେ ଝିଅର କେଶ ମାଲିସ୍ କରୁଥିବାବେଳେ ନୀଳାଂଶୀଙ୍କ ହାତରେ ଥାଏ ପଢ଼ା ବହି। ମା’ଙ୍କ ଏଇ ଘରୋଇ ତେଲ ବିଭିନ୍ନ ଜଡ଼ିବୁଟିରେ ତିଆରି, ଏହାର ପ୍ରସ୍ତୁତି ପ୍ରଣାଳୀ ସେ କାହାକୁ କହିବାକୁ ଚାହିଁନଥାନ୍ତି। ଝିଅ କେଶ ପାଇଁ ରେକର୍ଡ ସ୍ଥାପନ କରୁ, ଏହା ମା’ଙ୍କର ହିଁ ଲକ୍ଷ୍ୟ ଥିବାର କହିଛନ୍ତି ନୀଳାଂଶୀ। ସପ୍ତାହରେ ଥରୁଟିଏ କେଶ ସଫା କରୁଥିବାବେଳେ କେଶ ଶୁଖାଇବାକୁ ୩୦ ମିନିଟ୍ ଓ କୁଣ୍ଡାଇବାକୁ ୧ଘଣ୍ଟା ସମୟ ଲାଗିଥାଏ। କେଶ ଘନତ୍ବ ପାଇଁ ଭଲ ଖାଦ୍ୟ ନିତାନ୍ତ ଜରୁରୀ ବୋଲି ମଧ୍ୟ ସେ କହିଛନ୍ତି।

– କେଶ ଘନତ୍ବ ବୃଦ୍ଧି ନିମନ୍ତେ ପ୍ରତିଦିନ ଅଁଳା ରସ ପିଇବା ସହ ପାଳଙ୍ଗ ରସ କିମ୍ବା ଶାଗ ସପ୍ତାହକୁ ୨-୩ଥର ଖାଇବା ଉଚିତ।
– ନଡ଼ିଆ ପାଣି, ଫଳ ନିଜ ଖାଦ୍ୟ ତାଲିକାରେ ସାମିଲ କଲେ କେଶଜନିତ ସମସ୍ୟା ଦୂର ହୋଇଥାଏ।
– ଏସବୁ ସହ ପାର୍ଲରରେ କିମ୍ବା ଘରେ କୌଣସି ପ୍ରକାର କେମିକାଲ୍ ଟ୍ରିଟମେଣ୍ଟଠାରୁ କେଶକୁ ଦୂରେଇ ରଖନ୍ତୁ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories