www.samajalive.in
Monday, December 15, 2025
15.1 C
Bhubaneswar

ଯୁକ୍ତ ୨ ସ୍ପଟ ଆଡ଼ମିସନ ପ୍ରକ୍ରିୟାରେ ତ୍ରୁଟି, ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ମିଳିବ ଆଡ଼ମିସନ ସୁଯୋଗ

ଭୁବନେଶ୍ବର: ଚଳିତ ଶିକ୍ଷାବର୍ଷରେ ୨୧୬୭ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନରେ ୫,୦୯,୩୭୩ ଆସନ ମଧ୍ୟରୁ ୩,୭୭,୭୭୦ ଛାତ୍ରଛାତ୍ରୀ ଏକାଦଶ ଶ୍ରେଣୀରେ ନାମ ଲେଖାଇଛନ୍ତି। ଯୋଗ୍ୟ ମେଧାବୀ ଛାତ୍ରଛାତ୍ରୀଙ୍କୁ ନାମଲେଖା ସୁଯୋଗ ନ ମିଳିବା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏକାଦଶ ଶ୍ରେଣୀରେ ନାମଲେଖା ନିମନ୍ତେ ଏସ୍‌ସି/ଏସ୍‌ଟି/ଏକ୍ସ-ସର୍ଭିସମେନ୍/ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା ରହିଛି।

ସେହିପରି ଏନ୍‌‌ସିସି/ସ୍କାଉଟ୍‌ ଗାଇଡ୍/ରାଜ୍ୟ ତଥା ଜାତୀୟ ସ୍ତରୀୟ କ୍ରୀଡ଼ାରେ ଭାଗନେଇଥିବା ବିଦ୍ୟାର୍ଥୀଙ୍କ ପାଇଁ ୱେଟେଜ୍‌ର ପ୍ରାବଧାନ ରହିଛି। ପ୍ରତ୍ୟେକ ବିଦ୍ୟାଳୟରେ ଥିବା ମୋଟ ଆସନ ସଂଖ୍ୟାର ୧୦% ୱେଟେଜ୍‌ଧାରୀ ଆବେଦନକାରୀଙ୍କ ପାଇଁ ଧାର୍ଯ୍ୟ କରାଯାଇଥାଏ। ଚଳିତବର୍ଷ ପ୍ରଥମ ଓ ଦ୍ବିତୀୟ ମନୋନୟନ ପ୍ରକ୍ରିୟା ପରେ କିଛି ଅନୁଷ୍ଠାନରେ ୱେଟେଜ୍‌ ପାଇଁ ଧାର୍ଯ୍ୟ ଥିବା ଆସନ ସଂଖ୍ୟା ୧୦%ରୁ କମ୍‌ ଥିଲା। ଖାଲି ଆସନ ପୂରଣ ନିମନ୍ତେ ସ୍ପଟ୍ ମନୋନୟନ ପ୍ରକ୍ରିୟାରେ ଆବେଦନକାରୀଙ୍କ ସହ ୱେଟେଜ୍ (ଏନ୍‌ସିସି, ସ୍କାଉଟ୍‌ ଗାଇଡ୍, କ୍ରୀଡ଼ା) ଦାବିଦାର ବିଦ୍ୟାର୍ଥୀଙ୍କୁ ବିଚାରକୁ ନିଆଯାଇ ମେଧା ତାଲିକା ପ୍ରସ୍ତୁତ ହୋଇଥିଲା। ତେବେ କିଛି ଶିକ୍ଷାନୁଷ୍ଠାନରେ ଅଣସଂରକ୍ଷିତ ମେଧାବୀ ଆସନ ପାଇବାରୁ ବଞ୍ଚିତ ହେଲେ। ଏହି ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସ୍ପଟ୍ ମନୋନୟନରେ ଖାଲିଥିବା ଆସନ ମଧ୍ୟରୁ ୱେଟେଜ୍‌ରେ ମନୋନୀତଙ୍କ ବିପକ୍ଷରେ ଯୋଗ୍ୟ ଅଣସଂରକ୍ଷିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆବେଦନ କରିଥିବା ବିଦ୍ୟାଳୟରେ ଆସନ ପ୍ରଦାନ କରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories