www.samajalive.in
Tuesday, December 9, 2025
26.1 C
Bhubaneswar

୧୨ରୁ ଯୁକ୍ତ ଦୁଇ ନାମଲେଖା: ବଢ଼ିବ ନାହିଁ ଦେୟ, ବଢ଼ିଲା ଆସନ

ଭୁବନେଶ୍ବର: ଅଗଷ୍ଟ ୧୨ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଲାଗି ଆବେଦନ କରିପାରିବେ। କରୋନା ପାଇଁ ନାମଲେଖା ଦେୟ ବୃଦ୍ଧି ହେବନାହିଁ। କରୋନା ସମୟରେ ଲୋକମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ଅଧିକାରୀଙ୍କୁ ଦେୟ ବୃଦ୍ଧି ନ କରିବାକୁ ନିର୍ଦେଶ ଦେଇଛନ୍ତି। ୧୨ ତାରିଖରୁ ସାମ୍ସ ପୋର୍ଟାଲ ଖୋଲିବ ଓ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ସେଲ୍‌ଫ୍ ଫାଇନାନ୍ସ (ଆତ୍ମ ଆର୍ଥିକ) ପାଠ୍ୟକ୍ରମ ପାଇଁ ମଧ୍ୟ ଦେୟ ବଢ଼ା ଯାଇନାହିଁ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏହାସହିତ ଏଥର ଯୁକ୍ତ ଦୁଇରେ ଆସନ(ସିଟ୍‌) ସଂଖ୍ୟା ବଢ଼ା ଯାଇଥିବା ନେଇ ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ଯୁକ୍ତ ଦୁଇରେ ୭୨ ହଜାର ଆସନ ବୃଦ୍ଧି କରାଯିବାକୁ ଆବେଦନ ହୋଇଥିବାବେଳେ ମୋଟ୍ ୫୪ ହଜାର ୯୦୦ ଆସନ ବୃଦ୍ଧି କରାଯାଇଛି। ବିଜ୍ଞାନରେ ୨୫ ହଜାର ଆସନ ବଢ଼ାଇବାକୁ ଆବେଦନ ହୋଇଥିଲା। କିନ୍ତୁ ୧୩ ହଜାର ଆସନ ବଢ଼ାଇବାକୁ ଅନୁମତି ଦିଆଯାଇଛି। ବାଣିଜ୍ୟରେ ୪ ହଜାର ଆସନ ବୃଦ୍ଧି କରିବାକୁ ଆବେଦନ ହୋଇଥିବା ବେଳେ ୩୯୦୦ ଆସନ ବଢ଼ାଇବାକୁ ଅନୁମତି ଦିଆଯାଇଛି। ସେହିପରି କଳାରେ ୪୦ ହଜାର ସିଟ୍ ବୃଦ୍ଧି ପାଇଁ ଆବେଦନ ହୋଇଥିଲା। କିନ୍ତୁ ୩୮ ହଜାର ଆସନ ବଢ଼ାଇବାକୁ ଅନୁମତି ଦିଆଯାଇଛି।

- Advertisement -

ସୂଚନାଯୋଗ୍ୟ, ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ରେକର୍ଡ ସଂଖ୍ୟକ ପିଲା ଉତ୍ତୀର୍ଣ୍ଣ ହେବାପରେ ସେମାନଙ୍କ ପାଇଁ ଯୁକ୍ତ ଦୁଇରେ ଆବଶ୍ୟକ ଆସନ ନ ଥିବା ଦାବି ହୋଇଥିଲା। ଏହା ପରେ ସରକାର ଯୁକ୍ତ ଦୁଇ ଆସନ ବୃଦ୍ଧି କରିଛନ୍ତି। ନାମଲେଖା ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଏଥିପାଇଁ ସହାୟତା କେନ୍ଦ୍ର ଖୋଲାଯାଇଛି ବୋଲି କୁହାଯାଇଛି।

Hot this week

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

Related Articles

Popular Categories