www.samajalive.in
Monday, December 15, 2025
26.1 C
Bhubaneswar

‘୨.୦’ର ୧୦ଦିନର ଆୟ : ଭାଙ୍ଗିଛି ଅନେକ ରେକର୍ଡ଼

ନୂଆଦିଲ୍ଲୀ : ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘୨.୦’ ଆୟ କ୍ଷେତ୍ରରେ ଅନେକ ରେକର୍ଡ଼ ଭାଙ୍ଗିବାରେ ଲାଗିଛି। ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ୧୧ଦିନ ହୋଇଯାଇଛି ଓ ଏହି ୧୧ଦିନରେ ଚଳଚ୍ଚିତ୍ରଟି ଭିନ୍ନ ଭିନ୍ନ ରେକର୍ଡ଼ ସୃଷ୍ଟି କରିଛି। ବକ୍ସ ଅଫିସ୍‍ ଇଣ୍ଡିଆ ରିପୋର୍ଟ ଅନୁସାରେ, ‘୨.୦’ ଚଳଚ୍ଚିତ୍ର ଶନିବାର ଅର୍ଥାତ୍‍ ୧୦ମ ଦିନରେ କେବଳ ହିନ୍ଦୀ ଭର୍ସନ ୯.୨୫କୋଟି ଟଙ୍କା ଆୟ କରିଛି। ତେବେ ବର୍ତ୍ତମାନ ସୁଦ୍ଧା କେବଳ ହିନ୍ଦୀ ଭର୍ସନ ୧୫୨.୨୫କୋଟି ଟଙ୍କା ଆୟ କରିଛି। ଚଳଚ୍ଚିତ୍ର ୟୁପି, ବିହାର ଓ ଗୁଜରାଟର ପ୍ରେକ୍ଷାଳୟମାନଙ୍କରେ ଭଲ ବ୍ୟବସାୟ କରୁଥିବା ଜଣାପଡ଼ିଛି। ଏଥିସହିତ ‘୨.୦’ ଅକ୍ଷୟ କୁମାରଙ୍କର ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ଆୟ କରୁଥିବା ଚଳଚ୍ଚିତ୍ର ପାଲଟିଛି। ମୋଟ୍‍ ଆୟ ଅନୁସାରେ ‘ବାହୁବଲୀ-ଦ କନକ୍ଲୁଜନ୍‍’ ପରେ ‘୨.୦’ ଦ୍ୱିତୀୟ ସବୁଠାରୁ ବଡ଼ ସଫଳ ଚଳଚ୍ଚିତ୍ରର ଆଖ୍ୟା ପାଇଛି।

ସେହିପରି ‘୨.୦’ ସାରା ବିଶ୍ୱର ବକ୍ସ ଅଫିସରେ ଗୋଟିଏ ସପ୍ତାହରେ ୫୦୦କୋଟିରୁ ଅଧିକ ଆୟ କରିଛି। କୌଣସି ଭାରତୀୟ ଚଳଚ୍ଚିତ୍ର ପାଇଁ ଏହା ଏକ ବଡ଼ କଥା। ପଡ଼ୋଶୀ ଦେଶ ପାକିସ୍ତାନର ଦର୍ଶକ ମଧ୍ୟ ଏହି ଚଳଚ୍ଚିତ୍ରକୁ ଖୁବ୍‍ ପସନ୍ଦ କରିବା ସହ ରଜନୀକାନ୍ତ ଓ ଅକ୍ଷୟଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରୁଥିବା ଜଣାପଡ଼ିଛି।

- Advertisement -

‘୨.୦’ର ବଜେଟ୍‍ ପ୍ରାୟତଃ ୬୦୦କୋଟି ରହିଛି। ଏଥିସହିତ ଏହାକୁ ତାମିଲ, ତେଲୁଗୁ ଓ ହିନ୍ଦୀ ଭାଷାରେ ମୋଟ୍‍ ୬୮୦୦ ପରଦାରେ ରିଲିଜ୍‍ କରାଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories