www.samajalive.in
Monday, December 15, 2025
15.1 C
Bhubaneswar

ନାଗରିକଙ୍କୁ ସଠିକ୍‌ ସମୟରେ ନ୍ୟାୟ ପ୍ରଦାନ ପାଇଁ ସରକାର ପ୍ରତିବଦ୍ଧ : କିରେନ୍ ରିଜିଜ୍ଜୁ

ଡେସ୍କ : ଭାରତୀୟ ନ୍ୟାୟ ବ୍ୟବସ୍ଥା, ସମୟର ଗତି ସହ ତାଳଦେଇ ପରିବର୍ତ୍ତନ ହୋଇ ଚାଲିଛି ଏବଂ ସାଧାରଣ ନାଗରିକକୁ ସଠିକ୍‌ ସମୟରେ ପ୍ରଦାନ କରିବା ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜ୍ଜୁ କହିଛନ୍ତି। ଶନିବାର ଭୁବନେଶ୍ୱର ଠାରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କେନ୍ଦ୍ର ସରକାରଙ୍କ ଉପଦେଷ୍ଟାମାନଙ୍କର ସମ୍ମିଳନୀକୁ ଉଦ୍‌ଘାଟନ କରି କେନ୍ଦ୍ର ଆଇନ ମନ୍ତ୍ରୀ ଶ୍ରୀ ରିଜିଜ୍ଜୁ ଏହା କହିଛନ୍ତି । ସେ କହିଛନ୍ତି, ସାଧାରଣ ନାଗରିକର ଅଧିକାର ନ୍ୟାୟ ପ୍ରଦାନରେ କେବେ ମଧ୍ୟ ବିଳମ୍ବ ହେବା ଆକଶ୍ୟକ ନୁହେଁ । ଖୁବ ଶୀଘ୍ର ଭାରତୀୟ ନ୍ୟାୟପାଳିକା କାଗଜହୀନ ହେବ। ନ୍ୟାୟ ପ୍ରଦାନ ବ୍ୟବସ୍ଥାର ଡିଜିଟାଇଜେସନ୍ କରିବା ଉଦ୍ଦେଶ୍ୟରେ ଇ-କୋର୍ଟ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଦେଶରେ ୭୦୦୦ ଇ-କୋର୍ଟ ପ୍ରତିଷ୍ଠା ପାଇଁ ଚଳିତ ବଜେଟରେ ବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍ତି।

 

- Advertisement -

ଉଦ୍‌ଘାଟନୀ ସମାରୋହରେ ସୁପ୍ରିମକୋର୍ଟର ବିଚାରପତି ବି.ଭି.ନାଗାରତ୍ନ ଏବଂ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର, ଝାଡଖଣ୍ଡର ମୁଖ୍ୟ ବିଚାରପତି ସଞ୍ଜୟ କୁମାର ମିଶ୍ର ଏବଂ ଭାରତ ସରକାରଙ୍କ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପ୍ରମୁଖ କାର୍ଯ୍ୟକ୍ରମ​​‌ରେ ନିଜର ବକ୍ତବ୍ୟ ରଖିଥିଲେ।

ପଶ୍ଚିମବଙ୍ଗ, ଓଡ଼ିଶା, ଝାଡଖଣ୍ଡ, ଛତିଶଗଡ଼, ଆସାମ,ସିକିମ, ତି୍ରପୁରା, ନାଗାଲାଣ୍ଡ, ମିଜୋରାମ, ମଣିପୁର, ମେଘାଳୟ ଓ ଅରୁଣାଚଳ ପ୍ରଦେଶର କେନ୍ଦ୍ର ସରକାରୀ ଉପଦେଷ୍ଟାମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଭାରତ ସରକାରଙ୍କର ଆଇନ ଅଧିକାରୀ ଏବଂ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କେନ୍ଦ୍ର ସରକାରୀ ଉପଦେଷ୍ଟାମାନେ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories