www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ବରେ କରୋନା: ୧ଲକ୍ଷ ୧୪ ହଜାର ମୃତ, ୧୮ଲକ୍ଷ ୫୩ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ/ୱାଶିଂଟନ: ସାରା ବିଶ୍ବରେ ମହାମାରୀ ରୂପ ଧାରଣ କରିଥିବା କରୋନା ଭୂତାଣୁ ଯୋଗୁ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ସକାଳ ସୁଦ୍ଧା ବିଶ୍ବର ବିଭିନ୍ନ ଦେଶରେ 1୮ ଲକ୍ଷ ୫୩ ହଜାର ୧୬୮ ଜଣ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୧୪ ହଜାର ୨୪୮ରେ ପହଞ୍ଚିଛି। ଆକ୍ରାନ୍ତମାନଙ୍କ ମଧ୍ୟରୁ ୪ ଲକ୍ଷ ୨୩ ହଜାର ୬୨୫ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି।

ତେବେ ଆମେରିକା କରୋନା ଯୋଗୁ ସବୁଠୁ ବେଶୀ ପ୍ରଭାବିତ ହୋଇଛି। ଏହି ଦେଶରେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୬୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସର୍ବାଧିକ ୨୨ ହଜାର ୧୧୫ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଇଟାଲୀରେ ୧ ଲକ୍ଷ ୫୬ ହଜାର ୩୬୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୯ ହଜାର ୮୯୯ ଜଣଙ୍କ ମୃତ୍ୟୁ ଘଟିଛି। ସ୍ପେନରେ ୧ଲକ୍ଷ ୬୬ ହଜାର ୮୩୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୭ ହଜାର ୨୦୯ ମୃତ୍ୟୁ ହୋଇଛି। ଜର୍ମାନୀରେ ୧ ଲକ୍ଷ ୨୭ ହଜାର ୮୫୪ ଆକ୍ରାନ୍ତ ହୋଇଥିବାବଳେ ୩୦୨୨ ଜଣଙ୍କ ମୃତ୍ୟୁ, ଫ୍ରାନ୍ସରେ ୧୧ ଲକ୍ଷ ୩୨ ହଜାର ଆକ୍ରାନ୍ତ ଥିବାବେଳେ ୧୪ ହଜାର ୩୯୩ ମୃତ ଓ ବ୍ରିଟେନରେ ୮୪ ହଜାର ୨୭୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୦ ହଜାର ୬୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories