www.samajalive.in
Monday, December 15, 2025
15.1 C
Bhubaneswar

ଭର୍ଚୁଆଲରେ ଆସନ୍ତାକାଲି ହେବ ଷୋଡ଼ଶ ପ୍ରବାସୀ ଭାରତୀୟ ଦିବସ

କୋଭିଡ ୧୯ ସଂକ୍ରମଣ ଯୋଗୁଁ ଷୋଡ଼ଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆସନ୍ତାକାଲି ଭର୍ଚୁଆଲ୍‍ ଉପାୟରେ ହେବ। ଚଳିତ ବର୍ଷର ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଶୀର୍ଷକ ଆତ୍ମନିର୍ଭର ଭାରତ ପ୍ରତି ଅବଦାନ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦ୍‍ଘାଟନ କରିବେ। ସମ୍ମିଳନୀରେ ମୁଖ୍ୟ ଅତିଥି ଥିବା ସୁରିନେମ୍‍ ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସନ୍ତୋଖିଙ୍କଦ୍ୱାରା ମୁଖ୍ୟ ଅଭିଭାଷଣକୁ ଉପସ୍ଥାପନ କରାଯିବ। ଭାରତ୍‍ କୋ ଜାନିୟେ ଅନ୍‍ଲାଇନ୍‍ କୁଇଜ୍‍ର ବିଜେତାମାନଙ୍କର ନାମ ମଧ୍ୟ ଘୋଷଣା କରାଯିବ।

ଉଦ୍‍ଘାଟନୀ ଅଧିବେଶନ ପରେ ଦୁଇଟି ପୂର୍ଣ୍ଣାଙ୍ଗ ଅଧିବେଶନ ବସିବ। ପ୍ରଥମ ପୂର୍ଣ୍ଣାଙ୍ଗ ଅଧିବେଶନ ପ୍ରବାସୀ ଭାରତୀୟମାନଙ୍କର ଆତ୍ମନିର୍ଭର ଭାରତରେ ଭୂମିକା ଉପରେ ପର୍ଯ୍ୟବସିତ ହୋଇଥିବା ବେଳେ ଏଥିରେ ବୈଦେଶିକ ମନ୍ତ୍ରୀ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଉଦବୋଧନ ଦେବେ। ଦ୍ୱିତୀୟ ପୂର୍ଣ୍ଣାଙ୍ଗ ଅଧିବେଶନ ‘କୋଭିଡ୍‍ ପରବର୍ତ୍ତୀ ଚ୍ୟାଲେଞ୍ଜ୍‍ର ସମ୍ମୁଖୀନ – ସ୍ୱାସ୍ଥ୍ୟ, ଅର୍ଥନୀତି, ସାମାଜିକ ଓ ଆନ୍ତର୍ଜାତିକ ସମ୍ପର୍କ ସ୍ଥିତି’ ଉପରେ ପର୍ଯ୍ୟବସିତ ହେବ। ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଉଦବୋଧନ ଦେବେ।

- Advertisement -

ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରବାସୀ ଭାରତୀୟ ଦିବସ ଉଦ୍‍ଯାପନୀ ଉତ୍ସବରେ ଅଭିଭାଷଣ ଦେବେ। ୨୦୨୦-୨୧ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ବିଜେତାମାନଙ୍କର ନାମ ଏଥିରେ ଘୋଷଣା କରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories