www.samajalive.in
Monday, December 8, 2025
14.1 C
Bhubaneswar

ରାଜ୍ୟରେ ସାମାନ୍ୟ ଖସିଲା ସଂକ୍ରମଣ; ଦିନକରେ ୧୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ମନ୍ଥର ଗତିରେ କରୋନା ସଂକ୍ରମଣ ହ୍ରାସ ପରିଲକ୍ଷିତ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୬୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୯୩୭ ଏବଂ ସ୍ଥାନୀୟ ସଂକ୍ରମିତ ୬୭୮ ଜଣ ରହିଥିବା ଜଣାଯାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୭୨, ବାଲେଶ୍ୱର ୯୮, ବରଗଡ ୫, ଭ୍ରଦକ ୬୦, ବଲାଙ୍ଗିର ୭ ଏବଂ ବଉଦ ଜିଲାରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି।

ଏଥିସହିତ କଟକରୁ ୨୨୯, ଦେବଗଡ ୯, ଢେଙ୍କାନାଳ ୩୦, ଗଜପତି ୨, ଗଞ୍ଜାମ ୭, ଜଗତସିଂହପୁର ୯୬, ଯାଜପୁର ୭୦, ଝାରସୁଗୁଡା ୧୦, କଳାହାଣ୍ଡି ୨, କନ୍ଧମାଳ ୧୪ ଏବଂ କେନ୍ଦ୍ରାପଡାରୁ ୪୦ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି କେନ୍ଦୁଝରରୁ ୧୫, ଖୋର୍ଦ୍ଧା ୪୪୨, କୋରାପୁଟ ୪, ମାଲକାନଗିରି ୪, ମୟୁରଭଞ୍ଜ ୪୮, ନବରଙ୍ଗପୁର ୧୨, ନୟାଗଡ ୪୨, ନୂଆପଡା ୫, ପୁରୀ ୧୨୩, ରାୟଗଡା ୯, ସମ୍ବଲପୁର ୧୬, ସୋନପୁର ୯, ସୁନ୍ଦରଗଡ ୩୦ ଏବଂ ଷ୍ଟେଟପୁଲରୁ ୯୪ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଉ ୧୬୯୯ ଆରୋଗ୍ୟଲାଭ କରିଥିବାବେଳେ ମୋଟ ୯୫୧୦୪୯ ଜଣ ସୁସ୍ଥ ହୋଇସାରିଛନ୍ତି। ରାଜ୍ୟରେ ସଂପ୍ରତି ୧୭୨୬୨ ଜଣ ସଂକ୍ରମିତ ରହିଥିବା ଜଣାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories