www.samajalive.in
Wednesday, December 10, 2025
17.1 C
Bhubaneswar

ରାଜ୍ୟରେ ଚିହ୍ନଟ ହେଲେ ୧୫୪ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ୧୫୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୨୬ ଜଣ ଅଛନ୍ତି। ସଂଗରୋଧରୁ ୯୧ ଓ ସ୍ଥାନୀୟ ସଂକ୍ରମିତ ୬୩ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟର ଭଦ୍ରକ ଜିଲାରେ ୩, ବଲାଙ୍ଗିର ୧, ବଉଦ ୧, କଟକ ୨୦, ଦେବଗଡ ୭, ଢେଙ୍କାନାଳ ୨, ଗଞ୍ଜାମ ୪ ଓ ଜଗତସିଂହପୁରରେ ୨ ଜଣ ଚିହ୍ନଟ ହୋଇଛନ୍ତି। ଯାଜପୁରରେ ୨, କଳାହାଣ୍ଡି ୧, ଖୋର୍ଦ୍ଧା ୭୯, ମୟୁରଭଞ୍ଜ ୪, ନୟାଗଡ ୧, ପୁରୀ ୨, ରାୟଗଡା ୧, ସମ୍ବଲପୁର ୩, ସୁନ୍ଦରଗଡ ୨ ଓ ଷ୍ଟେଟପୁଲରୁ ୧୯ ଜଣଙ୍କୁ ଚିହ୍ନଟ କରାଯାଇଛି। ଦିନକରେ ୧୬୬ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ରାଜ୍ୟରେ ମୋଟ ୧୦୪୨୦୦୨ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି। ସଂପ୍ରତି ୧୯୭୬ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories