www.samajalive.in
Monday, December 15, 2025
15.1 C
Bhubaneswar

୧୫ ହଜାର କୋଟି କୋଭିଡ-୧୯ ମୁକାବିଲା ପ୍ୟାକେଜକୁ ଭାରତ ସରକାରଙ୍କ ମଞ୍ଜୁରି

ନୂଆଦିଲ୍ଲୀ :  କୋଭିଡ-୧୯ର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜରୁରିକାଳୀନ ସ୍ଵାସ୍ଥ୍ୟଭିତ୍ତିକ ପ୍ୟାକେଜ ବାବଦକୁ ୧୫ ହଜାର କୋଟି ଟଙ୍କା ମଞ୍ଜୁର କରିଛି । ଏହି ମଞ୍ଜୁର ଅର୍ଥ ମଧ୍ୟରୁ ୭,୭୭୪ କୋଟି ଟଙ୍କା ଜରୁରିକାଳୀନ ଆବଶ୍ୟକତା ଓ ଅବଶିଷ୍ଟ ଅର୍ଥ ମଧ୍ୟବର୍ତ୍ତିକାଳୀନ ସହାୟତା ପାଇଁ ଉଦ୍ଦିଷ୍ଟ । ଏହି ମଧ୍ୟବର୍ତ୍ତିକାଳୀନ ସହାୟତା ୧ ବର୍ଷରୁ ୪ ବର୍ଷ ମଧ୍ୟରେ ବିଭିନ୍ନ ମିଶନ ଆକାରରେ ଖର୍ଚ୍ଚ କରାଯିବ ।

ଏହି ପ୍ୟାକେଜର ମୁଖ୍ୟ ଉଦ୍ଦେଶ୍ୟ ହେଲା କୋଭିଡ-୧୯ ପ୍ରକୋପକୁ ରୋଗ ନିରୂପଣ ଦ୍ଵାରା ସମାଧାନ କରିବା, ସଂକ୍ରମିତ ରୋଗୀଙ୍କ ପାଇଁ ଆବଶ୍ୟକ ଔଷଧ ଓ ଉପକରଣ ଆହରଣ କରିବା, ରାଜ୍ୟ ଓ ଜାତୀୟ ସ୍ତରରେ ସ୍ୱାସ୍ଥ୍ୟ ପଦ୍ଧତିକୁ ଅଧିକ ନମନୀୟ କରି ଏହାର ପ୍ରଭାବ ହ୍ରାସ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ସମଗ୍ର ଯୋଜନା ତ୍ୱରାନ୍ୱିତ କରାଯିବ।

- Advertisement -

ଗତ ମାସ ୨୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ଦେଶକୁ ଉଦବୋଧନ ଦେବା କାଳରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଏବଂ ଦେଶର ମେଡିକାଲ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ୧୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ । ଏହାଦ୍ଵାରା କରୋନା ସଂକ୍ରମଣ ପରୀକ୍ଷା ପରିସର ବୃଦ୍ଧି, ବ୍ୟକ୍ତିଗତ ସୁରକ୍ଷା ଉପକରଣ, ଏକାନ୍ତବାସ ଓ ଆଇସିୟୁ ଶଯ୍ୟା ବୃଦ୍ଧି ଓ ଭେଣ୍ଟିଲେଟର ବାବଦରେ ଏହି ଅର୍ଥ ବ୍ୟୟ ହେବ । ଏହାଛଡା ଡାକ୍ତରୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ତାଲିମ ସହ ଦେଶରେ ସ୍ୱାସ୍ଥ୍ୟ ସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ମଞ୍ଜୁର ଅର୍ଥର ସିଂହ ଭାଗ ଜରୁରିକାଳୀନ ବ୍ୟବସ୍ଥାର ଉନ୍ନତିକରଣ, ଦେଶ ଓ ରାଜ୍ୟର ସ୍ୱାସ୍ଥ୍ୟ ପଦ୍ଧତିକୁ ସୁଦୃଢ କରି ମହାମାରୀ ଉପରେ ଅଧିକ ଗବେଷଣା ଏବଂ ସଂକ୍ରମଣ ପ୍ରତି ସତର୍କ ଦୃଷ୍ଟି ମଧ୍ୟ ରଖାଯାଇପାରିବ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଆଇସିଏମଆର, ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର, ସ୍ୱାସ୍ଥ୍ୟ ଗବେଷଣା ବିଭାଗ ଇତ୍ୟାଦି ସଂସ୍ଥା ଜରିଆରେ ଏହିସବୁ କାର୍ୟ୍ୟକୁ ତ୍ୱରାନ୍ୱିତ କରିବ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ମହାମାରୀକୁ ରୋକିବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ସରକାରୀ କ୍ଷେତ୍ରରେ ୧୫୭ ଓ ବେସରକାରୀ କ୍ଷେତ୍ରରେ ୬୬ ଏହିଭଳି ମୋଟ ୨୨୩ଟି ପରୀକ୍ଷାଗାର ନିର୍ମାଣ କରି କରୋନା ସଂକ୍ରମଣର ପରୀକ୍ଷା ନିରୀକ୍ଷା କରୁଛି । ଏହାଛଡା ମନ୍ତ୍ରଣାଳୟର ଜରୁରିକାଳୀନ ଭିତ୍ତିରେ କୋଭିଡ-୧୯ର ମୁକାବିଲା ନିମନ୍ତେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୪,୧୧୩ କୋଟି ଟଙ୍କା ପ୍ରଦାନ କରିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories