ଅନ୍ତର୍ଜାତୀୟ ତାଇକୋଣ୍ଡରେ କେନ୍ଦୁଝରକୁ ୧୪ପଦକ
କେନ୍ଦୁଝରଗଡ଼ : କୋଲକାତାର ଖୁଦିରାମ ଅନୁଶୀଳନ କେନ୍ଦ୍ରଠାରେ ଚଳିତମାସ ୨୭ ଓ ୨୮ତାରିଖ ୨ଦିନ ଧରି ଚାଲିଥିବା କୋରିୟାନ ତାଇକୋଣ୍ଡ ମାଷ୍ଟର ଆସୋସିଏସନ ଅଫ୍ ଇଣ୍ଡିଆ ଓ ଜିୟଙ୍ଗ ତାଇକୋଣ୍ଡ ଏକାଡେମୀ ପକ୍ଷରୁ ଆୟୋଜିତ ଅଷ୍ଟମ ଅନ୍ତର୍ଜାତୀୟ ତାଇକୋଣ୍ଡ ପ୍ରତିଯୋଗିତାରେ ଓଡ଼ିଶା ତରଫରୁ କେନ୍ଦୁଝର ଜିଲାର ୧୪ଜଣ ପ୍ରତିଯୋଗୀ ଉତ୍ତମ ପ୍ରଦର୍ଶନ କରି ପଦକ ହାସଲ କରିଛନ୍ତି। ଏହି ଅନ୍ତର୍ଜାତୀୟ ତାଇକୋଣ୍ଡ ପ୍ରତିଯୋଗିତାରେ କେନ୍ଦୁଝରରୁ ସମସ୍ତ ୧୪ଜଣ ପ୍ରତିଯୋଗୀ ପଦକ ହାସଲ କରି ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି।
ଓଡିଶା ତାଇକୋଣ୍ଡ ଆସୋସିଏସନ ପକ୍ଷରୁ କେନ୍ଦୁଝର ଜିଲାର ରିଧିମା ଲାୟକ, ଜିତେନ୍ଦ୍ର ଓରାମ, ସ୍ଥିତିପ୍ରଜ୍ଞା ଗିରି ଓ ସମର୍ପିତ ସ୍ୱାଇଁ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିବା ବେଳେ ଆଦ୍ୟାଶା ଲାୟକ, କ୍ରୀତିକାବ୍ୟା ଦାସ, ସାଇକ୍ରିଷ୍ଣା ସିଂ, କୌଶିକ କୁମାର ସାହୁ ରୌପ୍ୟ ପଦକ ହାସଲ କରିଥିଲେ। ଆସ୍ଥାମଣୀ ମାଝୀ, ଯୋହା କୁଲସୁମ, ଏ.ଆର ରୁଦ୍ରୀଶି, ନିଖିଳ କୁମାର ଦାସ, ଆୟନ କୁମାର ସାହୁ ଓ ଆୟୁଷ କୁମାର ନାଏକ ବ୍ରୋଞ୍ଚ ପଦକ ଅଧିକାର କରି ଓଡ଼ିଶାକୁ ଗୌରବାନ୍ୱିତ କରିଥିବାରୁ ରାଜ୍ୟ ସଙ୍ଘ ସମ୍ପାଦକ ମାଷ୍ଟର ଗୋପାଳ ଚନ୍ଦ୍ର ରାୟ ସମସ୍ତ କୃତୀ ପ୍ରତିଯୋଗୀ ତଥା ଦଳ ସହ ଯାତ୍ରା କରିଥିବା ଓଡ଼ିଶା ଦଳର ପ୍ରଶିକ୍ଷକ ନିର୍ମଳ ଚନ୍ଦ୍ର ନାୟକ, ଦିଗବିଜୟ ବେହେରା, ପାର୍ଥସାରଥି ସାହୁ ଓ ମ୍ୟାନେଜର ସଞ୍ଜୟ କୁମାର ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବିଭିନ୍ନ ଦେଶର ବହୁ ପ୍ରତିଭାବାନ କ୍ରିଡାବିତ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ଅବସରରେ କେନ୍ଦୁଝର ଷ୍ଟାଡିୟମଠାରେ ଜିଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର ମହାକୁଡ, କେନ୍ଦୁଝର ଜିଲା ଆମେଚର ତାଇକୋଣ୍ଡ ଆସୋସିଏସନ ସଭାପତି ପ୍ରଦୀପ ମହାନ୍ତି, ସମ୍ପାଦକ ନିର୍ମଳ ଚନ୍ଦ୍ର ନାୟକଙ୍କ ତରଫରୁ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ରବିବାର ସମ୍ବନ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଠ ବ୍ଲାକ ବେଲ୍ଟ ତଥା ପ୍ରଶିକ୍ଷକ ଟଙ୍କଧର ନାଏକ ସଂଯୋଜନା କରିଥିବା ବେଳେ ବ୍ଲାକ ବେଲ୍ଟ ଦେବରାଜ ସାହୁ, ମନୋଜ ପାତ୍ର, ଅମ୍ବିତ ହାଁସଦା, ମାନସ ବାରିକ, ରଞ୍ଜିତ ବେହେରା ଓ ଏମ୍ଡି ସକିଲ ପ୍ରମୁଖ ସହଯୋଗ କରିଥିଲେ।
Comments are closed.