www.samajalive.in
Sunday, December 14, 2025
17.1 C
Bhubaneswar

ଏକାମ୍ର କ୍ଷେତ୍ରରେ ୧୪ ମନ୍ଦିରର ଉନ୍ନତି ଲାଗି ୪ କୋଟି : ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର : ମନ୍ଦିର ମାଳିନୀ ଭୁବନେଶ୍ବର ତଥା ଏକାମ୍ର କ୍ଷେତ୍ରରେ ବିଭିନ୍ନ ମନ୍ଦିରର ପୁନବିକାଶ କରାଯିବ। ଲିଙ୍ଗରାଜ ମନ୍ଦିର ସମେତ ଏକାମ୍ର କ୍ଷେତ୍ରରେ ୧୪ ମନ୍ଦିରର ଉନ୍ନତି ଲାଗି ୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ କହିଛନ୍ତି। ଶ୍ରୀମତୀ ଷଡଙ୍ଗୀ ଶୁକ୍ରବାର ଏଏସଆଇର ଅଧିକାରୀ ମାନଙ୍କ ସହ ଭୁବନେଶ୍ୱରର ୧୪ଟି ମନ୍ଦିର ପରିଦର୍ଶନ କରି ଏହା କହିଛନ୍ତି। ସେ ଏହି ସମୟରେ ଏହି ମନ୍ଦିର ମାନଙ୍କର ପୂଜକ ଓ ସାଧାରଣ ଲୋକ ମାନଙ୍କ ସହ ଆଲୋଚନା କରିଛନ୍ତି ।
ଏହା ପରେ ସେ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ ଲିଙ୍ଗରାଜ ମନ୍ଦିର ରୋଷ ଘର ଓ ଆଉ ୨ଟି ମନ୍ଦିରର ପୁନରୁଦ୍ଧାର ହେବ।ରୋଷ ଘର ଓ ୨ ମନ୍ଦିର ପୁନରୁଦ୍ଧାର ପାଇଁ ୧ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଶିଶୁପାଳଗଡ଼ ଓ ବ୍ରହ୍ମେଶ୍ୱର ମନ୍ଦିର ମରାମତି ପାଇଁ ୨୫ ଲକ୍ଷ  ଟଙ୍କା ଖର୍ଚ୍ଚ ହେବ। ଭାସ୍କରେଶ୍ୱର ପାଇଁ ୩୦ ଲକ୍ଷ, ରାଜାରାଣୀ ମନ୍ଦିର ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି ।
ସେହିପରି ଖଣ୍ଡଗିରି, ଉଦୟଗିରି ଗୁମ୍ଫା ନବୀକରଣ ପାଇଁ ୨୫ ଲକ୍ଷ ଟଙ୍କା ବ୍ୟୟ ହେବାକୁ ଥିବା ବେଳେ ଶୁକଶାରୀ, ସହସ୍ରଲିଙ୍ଗ, ରାମେଶ୍ୱର ମନ୍ଦିର ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ବୈତାଲ ମନ୍ଦିର ଓ ପର୍ଶୁରାମ ମନ୍ଦିର ପାଇଁ ୩୦ ଲକ୍ଷ ଲେଖାଏଁ ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି। ଖୁବ ଶୀଘ୍ର ଏହି କାର୍ଯ୍ୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories