ଇଂଜିନରୁ ଅଲଗା ହେଲା ମାଲବାହୀ ଟ୍ରେନ, ଡ୍ରାଇଭର ଜାଣିବା ପରେ ପଛକୁ ଫେରାଇଲେ ଇଂଜିନ

0

ବଲାଙ୍ଗୀର: ବଲଙ୍ଗୀର ଜିଲାର ଟିଟିଲାଗଡ ଓ   ସିକିରି ଷ୍ଟେସନ ମଧ୍ୟରେ ଏକ ମାଲବାହୀ ଟ୍ରେନର ବଗି ଏହାର ଇଂଜିନରୁ ଅଲଗା ହୋଇଯାଇଥିବା ସୂଚନା ମିଳିଛି । ଏଲ୍‌ସି ଗେଟ୍‌  ନିକଟରେ ମାଲବାହୀ ଗାଡିର ପ୍ରଥମ ଡବାରୁ ଅନ୍ୟ ସମସ୍ତ ଡବା ଅଲଗା ହୋଇଯାଇଥିଲା । ଇଂଜିନ କିଛି ବାଟ ଗଲା ପରେ ଡ୍ରାଇଭର ଏ ବିଷୟରେ ଜାଣିବାକୁ ପାଇଥିଲେ । ସେ ପଛକୁ ଫେରି ଇଂଜିନ ସହ ଡବାକୁ ସଂଯୋଗ କରିବା ପରେ ଟିଟିଲା ଗଡ ଷ୍ଟେସନକୁ ମାଲବାହୀ ଟ୍ରେନକୁ ନେଇଥିଲେ । ଇଷ୍ଟକୋଷ୍ଟ ରେଳବାଇର ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି ।

Leave A Reply